ବାପାଙ୍କୁ ଛଡେଇନେଲା କରୋନା, ବାପାଙ୍କ ଅଧୁରା ସ୍ବପ୍ନ ପୁରା କରିବେ ତନିଷ୍କା, ୧୨ ବର୍ଷ ବୟସରେ ପାସ୍ କରିଛନ୍ତି ଇଣ୍ଟର୍

Published By : Prameya-News7 Bureau | July 30, 2020 IST

ଝାନ୍ସୀ ୩୦/୦୭ : ଉତ୍ତର ପ୍ରଦେଶ ଝାନ୍ସୀର ଗୋଲ୍ଡେନ୍‌ ଗାର୍ଲ ଆଉ ଜଣେ ଗୋଲ୍ଡେନ୍‌ ଗାର୍ଲ ବୁନ୍ଦେଲଖଣ୍ଡର ନାଁ କରିଛନ୍ତି | ନିଜ ପ୍ରତିଭା, ପରିଶ୍ରମ ଓ ଦକ୍ଷତା ବଳରେ ସେ ନିଜ ଅଞ୍ଚଳର ନାଁ ରୋଶନ କରିଛନ୍ତି | ୧୨ ବର୍ଷ ବୟସରେ ଦ୍ୱାଦଶ ପାସ କରି ତନିଷ୍କାଙ୍କ ଭବିଷ୍ୟତ ବହୁତ ଉଜ୍ଜ୍ୱଳ | ମାତ୍ର ୧୨ ବର୍ଷ ବୟସରେ ସେ ୬୨ ପ୍ରତିଶତ ରଖି ଇଣ୍ଟର ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି | ହିନ୍ଦୀ ଇଂରାଜୀ ସହିତ ୧୪ ଭାଷା ଜାଣିଛନ୍ତି ତନିଷ୍କା ଯାହା ତାଙ୍କୁ ଅନନ୍ୟ ପ୍ରତିଭା ପ୍ରଦାନ କରିଛି | ପିଲାଦିନୁ ସେ ମେଧାବୀ ଯେଉଁଥିପାଇଁ ତାଙ୍କ ବାପା-ମା ତାଙ୍କ ପାଠ ପଢା ପ୍ରତି ଟିକିଏ ବି ଚିନ୍ତା କରୁନଥିଲେ |

{"id":307749,"width":572,"height":381,"sizeSlug":"large"}

ତନିଷ୍କାଙ୍କ ଐଁକ୍ୟୁ ଲେଭଲ ଅନ୍ୟ ପିଲାଙ୍କ ଠାରୁ ବହୁତ ଆଗରେ | ସେ ମଧ୍ୟ ପ୍ରଦେଶରୁ ଇଣ୍ଟର ପରୀକ୍ଷା ପାସ କରିଛନ୍ତି | ଇଣ୍ଟର ପରୀକ୍ଷା ପାସ କରିବାରେ ତନିଷ୍କା ମଧ୍ୟ ପ୍ରଦେଶର ପ୍ରଥମ ଛାତ୍ରୀ | ସେ ନିଜ ମା-ବାପାଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି | ଜୁଲାଇ ୨ ତାରିଖରେ କରୋନା ଯୋଗୁଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା | ତନିଷ୍କାଙ୍କ ବାପା ଚାହୁଁଥିଲେ ତାଙ୍କ ଝିଅ ଆଇଏଏସ ଅଧିକାରୀ ହୁଅନ୍ତୁ | ବାପାଙ୍କ ମୃତ୍ୟୁ ପରେ ତନିଷ୍କା ନିଷ୍ପତ୍ତି ନେଇଛନ୍ତି ଯେ ଆଇଏଏସ ହୋଇ ବାପାଙ୍କ ସ୍ବପ୍ନ ସାକାର କରିବେ |

୧୨ ବର୍ଷର ତନିଷ୍କାଙ୍କ ଅଦ୍ଭୁତ ପ୍ରତିଭା ଦେଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବହୁତ ପ୍ରଭାବିତ ହୋଇଛନ୍ତି | ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶିବରାଜ ସିଂହ ଚୌହାନ ତନିଷ୍କାଙ୍କ ପରିବାରଲୋକଙ୍କୁ ଶୁଭକାମନା ଜଣାଇଛନ୍ତି | ବର୍ତ୍ତମାନ ତନିଷ୍କା ମେଡ଼ିସିନ ଓ ଯୋଗ ଜରିଆରେ ନିଜକୁ ଆଗକୁ ବଢାଉଛନ୍ତି | ବର୍ତ୍ତମାନ ସେ ନିଜ ମାମୁଁ ଘରେ ଝାନ୍ସୀରେ ରହୁଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.