କରୋନାରେ ବାପାଙ୍କ ମୃତ୍ୟୁ, ଅନ୍ତିମ ସଂସ୍କାର ପାଇଁ ମନାକଲା ପୁଅ : ତହସିଲଦାର ଦେଲେ ମୁଖାଗ୍ନି

Published By : Prameya-News7 Bureau | April 22, 2020 IST

ଭୋପାଳ ୨୨।୪: ସାରା ବିଶ୍ବରେ କରୋନା ମହାମାରୀର ଭୟ । ଏହା କେବଳ ଶାରୀରିକ ନୁହେଁ ସାମାଜିକ ସମ୍ପର୍କ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । କରୋନା ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ସଂକ୍ରମଣ ଆଶଙ୍କାରେ ତାଙ୍କ ପୁଅ ଶେଷକୃତ୍ୟ କରିବା ପାଇଁ ମନା କରିଦେଇଥିଲେ। ଏମିତି କି ବାପାଙ୍କୁ ମୁଖାଗ୍ନି ମଧ୍ୟ ଦେଇନଥିଲେ । ଏଭଳି ପରିସ୍ଥିତିରେ ତହସିଲଦାର ଗୁଲାବ ସିଂ ବାଗେଲ ମୃତଙ୍କର ପୁଅ ଭାବରେ ମୁଖାଗ୍ନି ଦେଇଥିଲେ । ମ୍ୟୁନିସିପାଲ କର୍ପୋରେସନର ଜଣେ ଅଧିକାରୀ-କର୍ମଚାରୀ ପରିବାର ଭାବରେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ମଧ୍ୟପ୍ରଦେଶର ଶୁଜଲପୁରର ପ୍ରେମ ସିଂ ମେୱାଡାଙ୍କର ଅପ୍ରେଲ ୨୦ ତାରିଖରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ପ୍ରେମ ସିଂ ମେୱାଡାଙ୍କ ମୃତଦେହକୁ ଭୋପାଳର ଭିଭା ହସ୍ପିଟାଲରେ ରଖାଯାଇଥିଲା। ତାଙ୍କ ପୁଅ ସନ୍ଦୀପ ମେୱାଡା ଏବଂ ପରିବାର ଲୋକ ଶବ ନେବାକୁ ମନା କରିଦେଇଥିଲେ। ଅନ୍ତିମ ସଂସ୍କାର ପାଇଁ ପରିବାରର କେହି ମଧ୍ୟ ପ୍ରସ୍ତୁତ ନଥିଲେ। ଏଭଳି ପରିସ୍ଥିତିରେ ବୈରାଗଡର ତହସିଲଦାର ଗୁଲାବ ସିଂ କରୋନା ସଂକ୍ରମିତ ରୋଗୀ ପ୍ରେମ ସିଂ ମେୱାଡାଙ୍କ ଶବ ସତ୍କାର କରିଛନ୍ତି।

ପ୍ରେମ ସିଂ ମେୱାଡାଙ୍କ ମୃତଦେହକୁ ଦୁଇ ଦିନ ମର୍ଗରେ ରଖାଯାଇଥିଲା । କରୋନା ପ୍ରୋଟୋକଲ ଅନୁଯାୟୀ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା। ପିପିଏ କିଟ୍, ସାନିଟାଇଜର ଗ୍ଲୋବ୍ ଦେବା ପରେ ମଧ୍ୟ ମୃତକଙ୍କ ପୁଅ ସନ୍ଦୀପ ମେୱାଡା ମୁଖାଗ୍ନି ଦେବାକୁ ମନା କରିଦେଇଥିଲେ। ତାଙ୍କ ସହିତ ମୃତକଙ୍କ ପତ୍ନୀ ଏବଂ ତାଙ୍କ ଶାଳକ ମଧ୍ୟ ଥିଲେ। ମଙ୍ଗଳବାର ଅପରାହ୍ନରେ ସମସ୍ତ ବ୍ୟବସ୍ଥା କରାଯିବା ପରେ ଯେତେବେଳେ ପରିବାର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ ସେତେବେଳେ ତହସିଲଦାର ଗୁଲାବ ସିଂ ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେଇଥିଲେ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.