ଖେଲାର ବଳଙ୍ଗା ରାସ୍ତାରେ ବାପ-ପୁଅଙ୍କ ଉପରେ ଚଢିଗଲା ଟ୍ରକ: ବାପା ମୃତ, ପୁଅ ଗୁରୁତର

Published By : Prameya-News7 Bureau | September 05, 2019 IST

ନିମାପଡା୫|୯: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଖେଲାର ବଳଙ୍ଗା ରାସ୍ତା ବାଣୀଶ୍ରୀ କଲେଜ ନିକଟରେ ଟ୍ରକ ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛନ୍ତି ।ଗୁରୁତର ପୁଅଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ।

{"id":153494}

ଅପରପକ୍ଷରେ  କ୍ଷତିପୂରଣ ଦାବିରେ ଉତ୍ୟକ୍ତ କାଜିପୁର ଗ୍ରାମବାସୀଙ୍କ ଦ୍ବାରା ଖେଲାର ବଜାରରେ ନିମାପଡା ଭୁବନେଶ୍ବର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା ।

{"id":153495}

ସୂଚନାଯୋଗ୍ୟ ଯେ, ଆଜି କାଜିପୁର ଗ୍ରାମର କୈଳାଶ ଚନ୍ଦ୍ର ବିଶ୍ବାଳ ଓ ତାଙ୍କ ପୁଅ ବ୍ରହ୍ମାନନ୍ଦ ବିଶ୍ବାଳ କୌଣସି କାମରେ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରୁ ବଳଙ୍ଗା ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ।

{"id":153496}

ରାସ୍ତା ଅବରୋଧ  କରିଥିବା ଗ୍ରାମବାସୀଙ୍କୁ ବୁଝାସୁଝା କରିଛି ପୋଲିସ ।

{"id":153497}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.