ପାରିବାରିକ କଳହର କରୁଣ ପରିଣତି : ବିଷ ପିଇ ବାପା ଓ ଝିଅ ମୃତ, ମାଆ ଗୁରୁତର

Published By : Prameya-News7 Bureau | August 22, 2020 IST

ବରଗଡ, ୨୨|୦୮:  ବରଗଡ ଜିଲ୍ଲା ବିଜେପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ବିଷ ପିଇ ବାପା ଓ ଝିଅ ପ୍ରାଣ ହରାଇବା ସହ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାନୁସାରେ, ବିଜେପୁର ବେନିଆଚାଲ ଗ୍ରାମରେ ରହୁଥିବା ଏକ ପରିବାରରେ କୌଣସି କାରଣରୁ କଳହ ଲାଗିଥିଲା । ଏହି ପାରିବାରିକ କଳହରୁ ବାପା, ମାଆ ଓ ଝିଅ ବିଷ ପିଇ ଦେଇଥିଲେ । ବିଷକ୍ରିୟାରୁ ବାପା ଓ ଝିଅ ପ୍ରାଣ ହରାଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି । ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ମୃତ ବାପା ଓ ଝିଅ ହେଲେ ରଥ ମହାନନ୍ଦ ଓ କବିତା ମହାନନ୍ଦ । ମାଆ କୁମୁଦିନୀ ଗୁରୁତର ହୋଇ ପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.