Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବାପା-ଝିଅଙ୍କ ଆତ୍ମାହୂତୀ ଉଦ୍ୟମ, ନିଆଁ ଲଗାଇବା ଆଗରୁ ଉଭୟଙ୍କୁ ଉଦ୍ଧାର କଲା ପୋଲିସ

12/11/2020 at 12:44 PM

ଢେଙ୍କାନାଳ ୧୨।୧୧: ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ କରିଛନ୍ତି ବାପା-ଝିଅଙ୍କ । ଆତ୍ମାହୂତୀ ଉଦ୍ୟମ ବେଳେ ଉଭୟଙ୍କୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ବାପା-ଝିଅ ହେଲେ ପରଜଙ୍ଗ ସରବେରେଣି ଗାଁର ରବି ବେହେରା ଓ ତାଙ୍କ ଝିଅ ସବିତା ବେହେରା ।

ସୂଚନା ଅନୁସାରେ ଗାଁର କିଛି ଲୋକ ତାଙ୍କ ଜମି ଓ ଘର ଡିହ ହଡପ ସହ ତାଙ୍କୁ ନିର୍ଯାତନା ଦେଉଥିଲେ । ଏ ନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀ ସେମାନଙ୍କ ଅଭିଯୋଗକୁ ଶୁଣିନଥିଲେ । ଫଳରେ ଉଭୟ ବାପା-ଝିଅ ଏଭଳି ପଦକ୍ଷେପ ନେଇ ଜଣାପଡିଛି । ନିଆଁ ଲାଗିବା ପୂର୍ବରୁ ଉଭୟ ବାପା-ଝିଅଙ୍କୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଉଭୟେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଥିବା ଜଣାପଡିଛି ।

   Related Posts