୩ ଝିଅଙ୍କୁ କୂଅରେ ଫିଙ୍ଗି ମାରିବା ପରେ ଫାଶୀ ଲଗାଇ ବାପା କଲା ଆତ୍ମହତ୍ୟା, ଏହା ଥିଲା କାରଣ

Published By : Prameya-News7 Bureau | December 20, 2019 IST

ଜୁନାଗଡ ୨୦।୧୨: ଗୁଜରାଟ ଜୁନାଗଡ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ତିନି ଝିଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବାପା । ସଂପୃକ୍ତ ବ୍ୟକ୍ତିଙ୍କର ଚତୁର୍ଥ ଝିଅ ଜନ୍ମ ହେବାରୁ ବ୍ୟକ୍ତି ଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି ।

{"id":200019,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭେସାଣ ଅଞ୍ଚଳର ଖମ୍ବାଲିୟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ତାଙ୍କର ତିନି ଝିଅଙ୍କୁ କୂଅରେ ଫିଙ୍ଗିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତିନି ଛୁଆଙ୍କୁ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବୁଲାଇବା ପାଇଁ ନେବା ବାହାନାରେ କୂଅରେ ଫିଙ୍ଗିଦେଇଥିଲେ ।  ଫଳରେ ତିନି ଛୁଆଙ୍କର ମୃତ୍ୟୁ ହୋଇଛି । ତିନି ଝିଅ ହେଉଛନ୍ତି ୯ ବର୍ଷର ରିୟା, ୭ବର୍ଷର ଅଞ୍ଜଳି ଏବଂ ୨ବର୍ଷର ଜଲ୍ପା ।

{"id":200020,"sizeSlug":"large"}

କୂଅରେ ଫିଙ୍ଗିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ଛୁଆଙ୍କୁ ମିଠା ଏବଂ ଫଳ ମଧ୍ୟ ଖାଇବାକୁ ଦେଇଥିଲେ । ଛୁଆଙ୍କୁ କୂଅରେ ଫିଙ୍ଗିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ବିଷ କାମ ନକରିବାରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

{"id":200021,"sizeSlug":"large"}

ପଡୋଶୀ ଲୋକଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ତାଙ୍କ ବାପଘରେ ଅଛନ୍ତି । କିଛି ମାସ ପୂର୍ବରୁ ସେ ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଜଣାପଡୁଛି ଯେ, ପୁଅ ନହେବାରୁ ଏବଂ ସେ ଗରିବ ହୋଇଥିବାରୁ ଏତେ ଝିଅଙ୍କୁ କିଭଳି ଲାଳନପାଳନ କରିବେ ସେ ନେଇ ଚିନ୍ତାଗ୍ରସ୍ତ ଥିଲେ । ଯାହା ଫଳରେ ସେ ଏଭଳି ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.