ଝିଅ କରୁଥିଲା ପ୍ରେମ, ପଛରୁ ଆସିଗଲା ବାପା, ତାପରେ ଟ୍ୱିଷ୍ଟ୍... ଲଭ୍ ଷ୍ଟୋରୀରେ ଭିଲିଆନକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | January 05, 2021 IST

ସମ୍ବଲପୁର,୦୫/୦୧: ପାଖରେ ଷ୍ଟାଇଲିସ୍ ବାଇକ୍। ପଛରେ ବସିଥିଲା ପ୍ରେମିକା । ସୁଲୁସୁଲିଆ ଥଣ୍ଡାପବନ ସାଙ୍ଗକୁ ନିଛାଟିଆ ରାସ୍ତା । ଏକାପାଖରେ କେହି ବି ନଥିଲେ । ‘ଏଇ ଝୁମା ଝୁମା ଗୋଲାପିବେଳାରେ…. ସାଥୀ ଆମ ସ୍ମୃତି ନେଇ ଆହୁରି ନିଜର ହୋଇ ହଜିଯିବା ଆପଣା ଭିତରେ ….’ ଗୀତରେ ମସଗୁଲ ଥିଲେ ପ୍ରେମୀଯୁଗଳ । ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । କିନ୍ତୁ ସବୁ ବିଗିଡାଗଲା ।  ହେଲେ ହଠାତ୍‌ ହିନ୍ଦୀ ସିନେମାର ଖଳନାୟକ ଭଳି ଏଣ୍ଟ୍ରି କଲେ ପ୍ରେମିକାର ବାପା । ଆଉ ସବୁ କିଛି ଓଲଟପାଲଟ ହୋଇଗଲା । ତାପରେ ପ୍ରେମିକକୁ କଡା ଭାଷାରେ ଧମକ ଦେଇ ମାଡ ମାରିବା ସହ ଝିଅକୁ ନେଇ ଆସିଲେ ବାପା । ସହରର ଉପକଣ୍ଠ ଡାଇକ ରୋଡ୍‌ର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସଂପୃକ୍ତ ଯୁବକ ପ୍ରେମିକାର ବାପାଙ୍କ ନାଁରେ ଏତଲା ଦେବା ପରେ ଅଇଁଠାପାଲି ଥାନା ପୋଲିସ ଘଟଣାର ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଅଇଁଠାପାଲି ଅଞ୍ଚଳର ଜଣେ ଯୁବକଙ୍କର ବୁଢାରଜା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିବା ସମୟରୁ ଏହି ପ୍ରେମର ଗାଡି ଧିରେ ଧିରେ ଆଗକୁ ବଢିଥିଲା । ପୁଅଠୁ ଝିଅ ବର୍ଷେ ବଡ ଥିଲେ ମଧ୍ୟ ପ୍ରେମର ଗଭୀରତା ଆଗରେ ସବୁ କିଛି ଫିକା ପଡିଯାଇଥିଲା । କିନ୍ତୁ ରବିବାର ଉଭୟ ବାଇକ୍‌ ଯୋଗେ ପ୍ରେମାଳାପ କରିବା ପାଇଁ ଇକୋ ରିଟ୍ରିଟ୍‌ ରାସ୍ତାଦେଇ ବାହାରିଥିଲେ । ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣନୀଳ ଜଳରାଶିରୁ ଭାସି ଆସୁଥିବା ଥଣ୍ଡା ସୁଲୁସୁଲିଆ ପବନ ସାଙ୍ଗକୁ ଉଭୟ ଆଗକୁ ମାଡି ଯାଉଥିଲେ । ତେବେ ହଠାତ୍‌ ଯୁବତୀଙ୍କ ବାପାଙ୍କ ହାବୁଡରେ ପଡି ଯାଇଥିଲେ ଉଭୟ।

ଏହାପରେ ହିନ୍ଦୀ ଫିଲ୍ମ ଭଳି ଯୁବତୀଙ୍କ ବାପା ସଂପୃକ୍ତ ଯୁବକଙ୍କୁ ଧମକ ଚମକ ଦେବା ସହ ମାଡ ମାରିଥିବାନେଇ ଅଭିଯୋଗ ହୋଇଛି । ଏହା ସହ ଯଦି ଝିଅକୁ ବାହା ହେବୁ ତାହାଲେ ଧରି ବୁଲିବା ପାଇଁ ପରାମର୍ଶ ଦେବା ସହ ବାପା ମାଙ୍କୁ ଡାକିବା ପାଇଁ କହିଥିବା ଶୁଣିବାକୁ ମିଳୁଛି ।ଏନେଇ ଯୁବକ ଜଣକ ଘରେ ସବୁ କଥା କହିଥିଲେ। ତେବେ ସୋମବାର ସଂପୃକ୍ତ ଯୁବକଙ୍କ ମା ଅଇଁଠାପାଲି ଥାନାରେ ପହଞ୍ଚିସଂପୃକ୍ତ ଯୁବତୀଙ୍କ ବାପାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ଏହାସହ ଯୁବକଙ୍କୁ ମାଡ ମରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପୋଲିସ ମାମଲାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.