ଟଙ୍କା ଚୋରି ସନ୍ଦେହରେ ୮ବର୍ଷ ଓ ୪ବର୍ଷର ପୁଅଙ୍କୁ ନିସ୍ତୁକ ପିଟିଲା ବାପା, ଉଦ୍ଧାର କଲେ ଗ୍ରାମବାସୀ

Published By : Prameya-News7 Bureau | August 04, 2019 IST

ଜଳେଶ୍ବର ୪|୮: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଜୟରାମପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଟଙ୍କା ଚୋରି କରିଥିବା ସନ୍ଦେହରେ ଦୁଇ ପୁଅଙ୍କୁ ମାଡ ମାରିଲା ବାପା । ନିଶାଷକ୍ତ ଅବସ୍ଥାରେ ନିଜ ୮ବର୍ଷ ଏବଂ ୪ବର୍ଷର ଦୁଇ ପୁଅଙ୍କୁ ଅମାନୁଷିକ ଭାବରେ ବାପା ମାଡ ମାରିଛି । ମାଡ ମାରୁଥିବାବେଳେ ଦୁଇ ପୁଅଙ୍କୁ ଉଦ୍ଧାର କରିବା ସହ ନିଶାଶକ୍ତ ବାପାକୁ ଗ୍ରାମବାସୀ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ବାପାକୁ ଅଟକ ରଖିଛି ।

{"id":140806}

ଗତକାଲି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗଗାଂଧରପୁର ଗ୍ରାମରେ ବୃନ୍ଦାବତୀ ଚଣ୍ଡ ନାମକ ଜଣେ ମହିଳା ତାଙ୍କର ନାତିଙ୍କୁ ନିସ୍ତୁକ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶିଶୁଟିକୁ ଉଦ୍ଧାର କରିଥିଲେ । ଜେଜେମାଙ୍କୁ ଗିରଫ କରିଥିଲା ପୋଲିସ ।

ସେହିଭଳି ଆଜି ଅନୁଗୋଳରେ ପୁଣି ଜଣେ ଜେଜେମା’ର ନିଷ୍ଠୁରତା ଦେଖିବାକୁ ମିଳିଥିଲା । ଗଡତରାସରେ ୩ ବର୍ଷର ନାତୁଣୀକୁ ବାଡିରେ ପିଟୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ନାତୁଣୀକୁ ବନ୍ତଳା ପୋଲିସ ଉଦ୍ଧାର କରିବା ସହ ଜେଜେ, ଜେଜେମା' ଓ ବାପାଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.