ନାବାଳିକା ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ ! ବାପା ନାଁରେ ଅଭିଯୋଗ ଆଣିଲେ ମାମୁ

Published By : Prameya-News7 Bureau | November 23, 2020 IST

ବଲାଙ୍ଗୀର ୨୩।୧୧: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଡେବରିପାଲି ଗାଁରେ ଦେଖିବାକୁ ମିଳିଛି ଅମାନବୀୟ କାଣ୍ଡ । ଜଣେ ନାବାଳିକା ଝିଅଙ୍କୁ କିରୋସିନ ଢାଳି ପୋଡି ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ନାବାଳିକା ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ନାବାଳିକା ଝିଅ ରାତିରେ ଶୋଇଥିବା ବେଳେ ଦେହରେ କିରୋସିନ ଢାଳି ବାପା ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଝିଅର ବାପା ହିଁ ଏଭଳି କାଣ୍ଡ ଘଟାଇଥିବା ନେଇ ନାବାଳିକାଙ୍କ ମାମୁମାନେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ବାପା ଦୁଇଜଣଙ୍କୁ ବିବାହ କରିଥିଲେ । ଗୁରୁତର ନାବାଳିକା ହେଉଛନ୍ତି ପ୍ରଥମ ସ୍ତ୍ରୀଙ୍କର ଝିଅ । ଝିଅ ଛୋଟ ବେଳୁ ମାମୁ ଘରେ ରହୁଥିଲା । ୧୫ ଦିନ ତଳେ ଗାଁରେ ବୈଠକ ପରେ ନାବାଳିକା ଜଣଙ୍କ ତାଙ୍କ ବାପାଙ୍କ ନିକଟକୁ ଆସିଥିଲେ । କିନ୍ତୁ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିଲା । ତେଣୁ ତାଙ୍କ ବାପା ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁ ଘର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.