Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଝିଅ ଘରେ କଳାକନା ବୁଲାଇଲା ବାପା, ଗିରଫ କଲା ପୋଲିସ

28/09/2019 at 9:42 AM

ଭୁବନେଶ୍ବର ୨୮।୯: ବାପା ସାଜିଲା ଚୋର । ଝିଅ ଘରୁ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛି ବାପା । ନୂଆପଲ୍ଲୀ ଥାନା ପୋଲିସ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ୫୫ ବର୍ଷ ବୟସ୍କ କୈଳାସ ରଣା । ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ଫତେଗଡରେ ।

ସୂଚନାଯୋଗ୍ୟ ଯେ, କୈଳାସ ନୂଆପଲ୍ଲୀ ସାଲିଆସାହି ତାରିଣୀନଗରରେ ରହୁଥିବା ଝିଅ ନିରୁପମାଙ୍କ ଘରକୁ ବୁଲିବାକୁ ଆସିଥିଲେ । ଗତ ୧୬ ତାରିଖରେ ନିରୁପମାଙ୍କୁ ସ୍ବାମୀ ଦେଢଲକ୍ଷ ଟଙ୍କା ଦେଇଥିଲେ । ନିରୁପମା ଟଙ୍କାକୁ ଆଲମିରାରେ ରଖିବା ବେଳେ କୈଳାସ ଦେଖିଥିଲେ । ପରଦିନ ସକାଳେ ସ୍ବାମୀସ୍ତ୍ରୀ କୈଳାସଙ୍କୁ ଘରର ଚାବି ଦେଇ କୌଣସି କାମରେ ବାହାରକୁ ଯାଇଥିଲେ ।

ସେମାନେ ଫେରିବାବେଳକୁ କୈଳାସ ଘରେ ନଥିଲେ । ଆଲମିରାରେ ଥିବା ଦେଢ ଲକ୍ଷ ଟଙ୍କା ମଧ୍ୟ ଗାଏବ ଥିଲା । ତେଣୁ ତାଙ୍କ ବାପା ହିଁ ଟଙ୍କା ଚୋରି କରି ନେଇଥିବା ସନ୍ଦେହ କରି ନିରୁପମା ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ।

ଏତଲା ଆଧାରରେ ପୋଲିସ ଫତେଗଡରେ ଚଢାଉ କରି କୈଳାସଙ୍କୁ ଗିରଫ କରିଥିଲା। ହେଲେ ତାଙ୍କଠାରୁ ଚୋରି ଟଙ୍କା ଜବତ ହୋଇ ନଥିଲା । ଗିରଫ କରି ପୋଲିସ କୈଳାସଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   Related Posts