୬ ମାସ ହେଲା ନିଜ ଝିଅକୁ ଦୁଷ୍କର୍ମ କରିଆସୁଥିବା ସଇତାନ ବାପାକୁ ଗିରଫ କଲା ପୋଲିସ, ମା’ ବିରୋଧ କଲେ ଅଭିଯୁକ୍ତ ବାପ ମାରୁଥିଲା ନିସ୍ତୁକ ମାଡ

Published By : Prameya-News7 Bureau | June 22, 2019 IST

ଯାଜପୁର ୨୨|୬: ଅଳ୍ପ କିଛିଦିନ ତଳେ ଜିଲ୍ଲା ପ୍ରଶାସନ କୋମଳମତି ନାବାଳିକାଙ୍କ ପାଇଁ ଆରମ୍ଭ କରିଥିଲା ପରି ରଥ ।  ସେମାନେ କିପରି କୌଣସି ପ୍ରକାର ନିର୍ଯ୍ୟାତନାର ଶିକାର ନହେବେ , ସେମାନଙ୍କର ଭବିଷ୍ୟତ ଆଲୋକମୟ ହେବ ସେଥିପାଇଁ  ରାଜ୍ୟ ସରକାରଙ୍କର ପରୀ  ଯୋଜନା କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତେକ ସ୍ଥାନରେ ଆୟୋଜନ କରାଯାଇଥିଲା ।  ପରିରଥ ବୁଲାଇବା ସହ ବିଭିନ୍ନ ଲୋକକଳା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିଥିଲେ ।

{"id":125664}

ହେଲେ ଏହି ଯୋଜନା  କେତେଦୂର  ସଫଳ ହୋଇଛି  ତାହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ରୁଦ୍ରପୁର ଗାଁରେ । ଏଠାରେ ଖୋଦ ବାପା ବନିଛି ସଇତାନ । ଭୁଲିଯାଇଛି ବାପ ଝିଅର ପବିତ୍ର ସମ୍ପର୍କକୁ । ସଇତାନ ବାପ ନିଜର  ଚଉଦ ବର୍ଷ ନାବାଳିକା ଝିଅର ଇଜ୍ଜତ ସହ ବାରମ୍ବାର ଖେଳ ଖେଳିବାର ସଙ୍ଗିନ ଅଭିଯୋଗ ଆଣିଛନ୍ତି ନାବାଳିକା ପୀଡ଼ିତା ।

{"id":125667}

ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।   ଯାହା ସାରା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୧୪ ବର୍ଷର ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ଦେବା ଭଳି ସଙ୍ଗିନୀ  ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏହା ପୁଣି ଆଜି କିମ୍ବା କାଳିର ଘଟଣା ନୁହଁ  , ଦୀର୍ଘ ୬ ମାସ ଧରି ଅଭିଯୁକ୍ତ ବାପା ପୀଡ଼ିତା କୁ ଦେଇଚାଲିଛି  ଏପରି ନିର୍ଯ୍ୟାତନା । ଏଥିପାଇଁ ଗ୍ରାମରେ ମଧ୍ୟ ଥରେ ନ୍ୟାୟ ନିଶାପ ବସିସାରିଛି । ହେଲେ ଫଳ ଶୂନ , ରାକ୍ଷସ ବାପ ପାଖରୁ ବର୍ତୀ ପାରିନାହାନ୍ତି ନିରୀହ ପୀଡ଼ିତା । ଏଭଳି ବର୍ବର କାଣ୍ଡକୁ  ବିରୋଧ କରିବାରୁ  ପୀଡ଼ିତାଙ୍କ ମାଙ୍କୁ ମାରି ଲହୁ ଲୁହାଣ କରିଛି ଅଭିଯୁକ୍ତ ବାପ । ଶେଷରେ  ନିର୍ଯ୍ୟାତନା ସହ୍ୟ ନକରିପାରି ଗତ ୧୭ ରିଖରେ ବିଞ୍ଝାର ପୁର ଥାନାରେ ସଇତାନ ବାପା ବିରୋଧ ଅଭିଯୋଗ ଆଣିଛନ୍ତି ପୀଡ଼ିତା ।

{"id":125665}

ଏପଟରେ ଏଭଳି ଅଭିଯୋଗ ହେବା ପରେ ବିଂଝାରପୁର ଥାନା ଅଧିକାରୀଙ୍କର  ଭୂମିକା ଆସିଛି ସନ୍ଧେହ ଘେରକୁ । ଅଭିଯୋଗ ପରେବି  ଥାନା ଅଧିକାରୀ ଅଭିଯୁକ୍ତ ଶିବ ଚରଣ ବେହେରାକୁ ଥାନାକୁ ଆଣିଥିଲେ ମଧ୍ୟ କୌଣସି ତଦନ୍ତ ଆଗକୁ ବଢିନଥିଲା । ଏପଟରେ ପୀଡ଼ିତା ବାରମ୍ବାର ଥାନାକୁ ଦୌଡି ନିରାଶ ହେଇଥିଲେ । ଯାଜପୁର ଏସଡ଼ିପିଓ ଉପେନ୍ଦ୍ର ଜେନା ଏହି ଖବର ପାଇବା ପରେ ଯାଇ  ତଦନ୍ତ ଆଗକୁ ବଢିଥିଲା  ।  ଅଭିଯୁକ୍ତକୁ ଗିରଫ କରି ମେଡିକାଲ ଟେଷ୍ଟ କରାଯାଇଥିଲା  । ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛନ୍ତି ଯାଜପୁର ଏସଡ଼ିପିଓ ।

{"id":125666}

ଏଭଳି ସାଂଘାତିକ  ଘଟଣା ର ଥାନାରେ ଅଭିଯୋଗ ପରେ ବି  ଥାନା ଅଧିକାରୀ ଶିବଚରଣ ବେହେରାଙ୍କର ନୀରବତା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଗଣମାଧ୍ୟମ ବଂଝାରପୁର ଥାନା ଅଧିକାରୀଙ୍କ ଠାରୁ ପ୍ରତିକ୍ରିୟା ନବାକୁ ଚାହିଁଥିଲେ ମଧ୍ୟ ଥାନା ଅଧିକାରୀ ପ୍ରତିକ୍ରିୟା ଦବାକୁ ସିଧାସଳଖ ମନାକରିଥିଲେ । କଣ ଥିଲା କାରଣ , କେଉଁ କାରଣ ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ? ତାହା ନିଶ୍ଚିତ ଭାବରେ ତଦନ୍ତସାପେକ୍ଷ ।

କୋମଳମତି ଝିଅଟିଏ ଯଦି ନିଜ ପରିବାର ମଧ୍ୟରେ, ଏପରିକି ନିଜର ବାପା ପାଖରେ ସୁରକ୍ଷିତ ନୁହେଁ ତେବେ , ତେବେ ତାକୁ କିଏ ଦବ ସୁରକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.