Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୧୧ ମାସ ପରେ ଗିରଫ ହେଲା କାମୁକ ବାପା, ନିଜ ଝିଅ ସହ ଦୁଷ୍କର୍ମ କରି କରାଇଥିଲା ଗର୍ଭପାତ

25/08/2019 at 3:35 PM

ଅଜମେର ୨୫|୮: ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଏବଂ ଗର୍ଭପାତ କରାଇଥିବା କାମୁକ ବାପାକୁ ପୋଲିସ ଗିରଫ କରିଛି । ପୋଲିସ ସଂପୃକ୍ତ ବ୍ୟକ୍ତିକୁ ଦୀର୍ଘ ୧୧ମାସ ପରେ ଗିରଫ କରିଛି । ପରିବାରଲୋକ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବାରୁ ତଦନ୍ତରେ ପୋଲିସକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

ଶେଷରେ ପୋଲିସ ଅଭିଯୁକ୍ତ ବାପାକୁ ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରିଛି । ବେଆଇନ ଭାବେ ନାବାଳିକାଙ୍କ ଗର୍ଭପାତ କରାଇବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ରାଜସ୍ଥାନ ଗେଗଲ ଥାନା ଅଞ୍ଚଳରେ ଗତ ବର୍ଷ ଅକ୍ଟୋବର ମାସରେ ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିଲା ବାପା । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ । ପରିବାରଲୋକ ଘଟଣାକୁ ଚପାଇବା ପାଇଁ ନାବାଳିକାଙ୍କର ଗର୍ଭପାତ ମଧ୍ୟ କରାଇଦେଇଥିଲେ । ତିନି ମାସ ପର୍ଯ୍ୟନ୍ତ ଦୁଷ୍କର୍ମ ନେଇ ଘଟଣା ସାମ୍ନାକୁ ଆସିନଥିଲା । ଥାନାରେ ମାମଲା ରୁଜୁ ହୋଇନଥିଲା ।

ଯେତେବେଳେ ଘଟଣା ଖବରକାଗଜରେ ଆସିଥିଲା ସେତେବେଳେ ଗୃହ ବିଭାଗ ଏବଂ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଥିଲା । ମୁଖ୍ୟ ସଚିବ ଏ ଘଟଣାରେ ପୋଲିସ ଅଧୀକ୍ଷକଙ୍କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଗେଗଲ ଥାନା ପୋଲିସ ସକ୍ରିୟ ହୋଇଉଠିଥିଲା । ଅଭିଯୁକ୍ତ ବାପାକୁ ଖୋଜିବାରେ ଲାଗିପଡିଥିଲା ପୋଲିସ । ମାତ୍ର ଅଭିଯୁକ୍ତଙ୍କ ପରିବାରଲୋକ କଥାକୁ ଚପାଇବାକୁ ଚେଷ୍ଟା କରିୁଥିଲେ । ଯାହାଫଳରେ ପୋଲିସକୁ ଅଭିଯୁକ୍ତର ସନ୍ଧାନ କରିବାରେ ସମସ୍ୟା ହେଉଥିଲା ।  ଶେଷରେ ୧୧ମାସ ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

   Related Posts