Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଝିଅ ଓ ତା ପ୍ରେମିକକୁ ଏକାଠି କାଟି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ରାକ୍ଷସ ପିତା

27/09/2018 at 3:36 PM

ଇସଲାମାବାଦ ୨୭/୦୯: ପାକିସ୍ତାନରେ ଜଣେ ବାପା ଏବଂ ଦାଦା ମିଶି ତାଙ୍କ ୧୮ବର୍ଷ ବୟସ୍କା ଝିଅ ସହିତ ତାର ୨୧ବର୍ଷ ବୟସ୍କ ପ୍ରେମିକର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛନ୍ତି। ପୋଲିସ୍ ଏହାକୁ ଅନର କିଲିଂ ର ନାମ ଦେଇଛି । ସୂଚନା ଅନୁସାରେ ଏହି ଘଟଣା ପାକିସ୍ତାନର ଏଟ୍ଟୋକ ଜିଲ୍ଲାର ଏକ ଛୋଟ ଗାଁର । ପ୍ରେମିକ ଜଣକ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥଲେ।
ଯୁବକ ପହଞ୍ଚିବାର କିଛି ସମୟ ପରେ ଯୁବତୀଙ୍କ ବାପା ମସୁଦ ଏବଂ ଦାଦା ଓ୍ବହିଦ ଆସିଯାଇଥଲେ ଏବଂ ଦୁଇଜଣଙ୍କୁ ଦଉଡ଼ିରେ ବାନ୍ଧିଦେଇଥିଲେ। ଏହା ପରେ ଧାରୁଆ ଅସ୍ତ୍ରରେ ଦୁଇଜଣଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ପାକିସ୍ତାନ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି ଏବଂ ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଧାରୁଆ ଅସ୍ତ୍ରକୁ ଜବତ କରିଛି।
ସୂଚନା ଅନୁସାରେ ପାକିସ୍ତାନରେ ବର୍ଷେ ପୂର୍ବରୁ ଅନର କିଲିଂକୁ ରୋକିବା ନିମନ୍ତେ ଆଇନ୍ ହୋଇଥିଲା। ଏହା ସତ୍ତ୍ବେ ଏପରି ଘଟଣା ବାରମ୍ବାର ଘଟୁଛି। ପ୍ରାୟତଃ ମହିଳାମାନେ ଅନର କିଲିଂର ଶିକାର ହେଉଛନ୍ତି। ୨୦୧୬ମସିହାରେ ଅକ୍ଟୋବରରୁ ଜୁନ୍ ମାସ ମଧ୍ୟରେ ପାକିସ୍ତାନରେ ଏପରି ୨୮୦ଟି ମାମଲା ଘଟିଛି। ଆଇନ୍ ଅନୁସାରେ ଅନର କିଲିଂର ଦୋଷୀମାନଙ୍କ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । କିନ୍ତୁ ଅଧିକାଂଶ ସମୟରେ ଦୋଷୀମାନେ ହତ୍ୟାର ଅନ୍ୟ କୈାଣସି କାରଣ କହି ଦଣ୍ଡରୁ ବଞ୍ଚିଯାଆନ୍ତି।

   Related Posts