Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନାବାଳିକାଙ୍କୁ ବାପା ଓ ସାବତ ମା’ ମିଶି ଦେଉଥିଲେ ନିର୍ଯାତନା, ଅଭିଯୋଗ ପରେ ବାନ୍ଧିଲା ପୋଲିସ

9/07/2021 at 11:03 AM

ବାଲିପାଟଣା ୯।୭: ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ । ନାବାଳିକାଙ୍କ ବାପା, ସାବତ ମା’ ଏବଂ ପରିବାରର ଲୋକଙ୍କ ନାଁରେ ଆସିଛି ଅଭିଯୋଗ । ଏଭଳି ଲୋମଟାଙ୍କୁରା ନିର୍ଯାତନା ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ବାରହଳ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ବାରହଳ ଗ୍ରାମରେ ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା । ବାପା-ମା’ଙ୍କର ଛାଡପତ୍ର ହୋଇଯାଇଥିବା ବେଳେ ନାବାଳିକା ଝିଅଟି ବାପା, ସାବତ ମା’ଙ୍କ ସହ ରହୁଥିଲା ।  ତେବେ ବାପା-ସାବତ ମା’ ମିଶି ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମା’ । ଅଭିଯୋଗ ଆଧାରରେ ନାବାଳିକାଙ୍କ ବାପା ବିଲାଲ ଖାନ୍ ଏବଂ ସାବତ ମା’ ଫତମା ବିବିଙ୍କୁ ଗିରଫ କରିଛି ବାଲିପାଟଣା ପୋଲିସ । ଏମାନଙ୍କ ବିରୋଧରେ ଆଇପିସି ଧାରା ୩୪୨, ୩୨୩, ୩୨୪, ୩୪ରେ ମାମଲା ରୁଜୁ କରିଛି ପୋଲିସ ।

ନିର୍ଯାତନା ନେଇ ନାବାଳିକାଙ୍କ ମା’ ରିଜୁଆନା ପରବିନ୍ ବାଲିପାଟଣା ଥାନାରେ ଗୁରୁବାର ଦିନ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗକୁ ଭିତ୍ତି କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣା ଉପରେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

   Related Posts