Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୋଲିସର ଭୁଲ୍ ତଦନ୍ତ ପାଇଁ ଜେଲ୍ ଯାଇଥିବା ବାପ-ପୁଅ ମୁକୁଳିଲେ ଜେଲ୍‌ରୁ

28/07/2019 at 4:10 PM

ବାରିପଦା ୨୮|୭: ପଦାରେ ପଡ଼ିଲା ବାଦାମ ପାହାଡ଼ ପୋଲିସର ପାରିବା ପଣିଆ । ପୋଲିସର ଭୁଲ୍ ତଦନ୍ତ ପାଇଁ ଜେଲ୍ ଯାଇଥିବା ବାପପୁଅ ଆଜି ଜେଲରୁ ମୁକୁଳିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଅଞ୍ଚଳର ମଙ୍ଗଲ ନାୟକ ଓ ତାଙ୍କ ପୁଅ ସଞ୍ଜୟଙ୍କୁ ବଧୂ ହତ୍ୟା ଅଭିଯୋଗରେ ଜେଲ୍ ପଠାଇଥିଲା ପୋଲିସ ।

ଗତ ଏପ୍ରିଲରେ ଏକ ଗଳିତ ଶବକୁ ତାଙ୍କ ବୋହୂର ଦର୍ଶାଇ ହତ୍ୟା ମାମଲା ରୁଜୁ କରିଥିଲା । କିନ୍ତୁ ଜୁଲାଇ ୧୭ରେ ବୋହୂ ରାୟମଣି ବାଙ୍କିରା ଫେରିବା ପରେ ସେ ବଞ୍ଚିଥିବା ଜଣାପଡିଥିଲା । କିନ୍ତୁ ତାଙ୍କୁ ଗଣମାଧ୍ୟମଠାରୁ ଲୁଚାଇ ପୋଲିସ ଘଟଣାକୁ ଚପାଇବାକୁ ପ୍ରୟାସ କରିଥିଲା । ଏନେଇ ନ୍ୟୁଜ୍ ୭ରେ ଖବର ପ୍ରସାରଣ ପରେ ପୋଲିସ ତତ୍ପରତା ଦେଖାଇ ରାୟମଣିଙ୍କୁ କୋର୍ଟରେ ହାଜର କରିଥିଲା । ଗତକାଲି ବୟାନ ରେକର୍ଡ ପରେ ଆଜି ଉଭୟ ଜେଲରୁ ମୁକୁଳିଛନ୍ତି ।

   Related Posts