ବିଦ୍ୟୁତ୍ ଆଘାତରେ ବାପା-ପୁଅଙ୍କ ମୃତ୍ୟୁ

Published By : Prameya-News7 Bureau | June 09, 2020 IST

ଜଳେଶ୍ବର ୯।୬: ବିଦ୍ୟୁତ୍ ନେଲା ବାପା-ପୁଅଙ୍କ ଜୀବନ । ବିଦ୍ୟୁତ ଆଘାତରେ ଉଭୟଙ୍କ ମୃତ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଆପାଳ ବ୍ଲକ୍ ଜମ୍ଭୀରାଇ ପଞ୍ଚାୟତ ଅନ୍ତର୍ଗତ ଆରୁଆଦମ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଉଭୟ ବାପା-ପୁଅ ମଙ୍ଗଳବାର ସକାଳେ ପାନବରଜକୁ ଯାଇଥିଲେ । ସେଠାରେ ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଉଭୟ ଆସିଥିଲେ । ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୫୫ବର୍ଷ ବୟସ୍କ ବାପା କାଶୀନାଥ ରାଉତ ଏବଂ ୨୫ ବର୍ଷ ବୟସ୍କ ପୁଅ ରାମକୃଷ୍ଣ ରାଉତ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.