ଗଛରେ ପିଟିହେଲା ବାଇକ୍, ସାଙ୍ଗହୋଇ ଚାଲିଗଲେ ବାପା-ପୁଅ

Published By : Prameya-News7 Bureau | December 10, 2020 IST

କାମାକ୍ଷାନଗର ୧୦।୧୨: ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । କମାକ୍ଷାନଗର ଥାନା ବିଜାଡିହି ଛକ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଥାନା ବିଜାଡିହି ଛକ ନିକଟରେ ବାପା-ପୁଅ ଏକ ବାଇକ ଯୋଗେ ଢେଙ୍କାନାଳ ପଟୁ ନିଜଘର ପରଜଙ୍ଗ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଯାଇଥିଲେ । ଫଳରେ ବାଇକ୍ ରେ ଥିବା ବାପା-ପୁଅ ଛିଟିକି ପଡିଥିଲେ । ଦୁଇ ଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ବାପା ରମଣିରଞ୍ଜନ ମଲ୍ଲିକ ଓ ତାଙ୍କ ପୁଅ ସୁବ୍ରତ ରଞ୍ଜନ ମଲ୍ଲିକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.