ବାଇକ୍କୁ ଧକ୍କା ଦେଲା ବୋଲେରୋ : ବାପା-ପୁଅ ମୃତ, ମା’ ଓ ବର୍ଷକର ଶିଶୁ ଗୁରୁତର
4/12/2020 at 4:11 PM

ବଲାଙ୍ଗୀର ୦୪।୧୨: ବଲାଙ୍ଗୀର ତୁଷରା ଦେଇଲଗୁଡ଼ିର ଜମ୍ବେଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାପ -ପୁଅଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବିରେ ତୁଷୁରା- କଳାହାଣ୍ଡି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ମୃତକ ବାପାଙ୍କ ନାମ ତରଣିସେନ୍ ବିଶି (୩୭) ଓ ପୁଅ ଶମ୍ଭୁ ବିଶି (୪)। ଏମାନେ ସମସ୍ତେ କଳାହାଣ୍ଡି ରିଶିଡା ଗାଁର ବାସିନ୍ଦା। ବାପା ତରଣିସେନ ବଲାଙ୍ଗୀରରୁ ୮ ମାସର ପୁଅର ଚିକିତ୍ସ କରି ଘରକକୁ ଫେରୁଥିଲେ। ହେଲେ ଗୁଡଭେଲ ସି ଏସ ସି ର ବୋଲେରୋ ଗାଡ଼ି କୋଭିଡ୍ କାମ ସାରି ଫେରୁଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାସ୍ଥଳରେ ବାପା-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ମୁକ୍ତା ବିଶି ୩୫ ଓ ଆଉ ଏକ ୮ ମାସର ପୁଅ ସୋମ ବିଶି ଗୁରୁତର ଆହତ ହୋଇଥିଲେ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ତୁଷୁରା ଡାକ୍ତରଖାନା ସାମ୍ନାରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ କରି ମୃତକ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।