ଏମିତି ବି ହୋଇଥିଲା କାର୍ଗିଲରେ, ପାକିସ୍ତାନ ବିରୋଧରେ ଏକାଠି ବାପପୁଅ ଲଢିଥିଲେ ଯୁଦ୍ଧ!

Published By : Prameya-News7 Bureau | July 25, 2020 IST

ପିଥୋରାଗଡ ୨୫। ୭: ସାରା ଦେଶ ରବିବାର ପାଳନ କରିବ ବିଜୟ ଦିବସ। ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ କବଳରୁ ଭାରତୀୟ ସେନା ୨୬ ଜୁଲାଇ ୧୯୯୯ରେ କାର୍ଗିଲ ଗିରିଶୃଙ୍ଖଳାକୁ ମୁକ୍ତ କରିଥିଲା। ସେବେଠାରୁ ଦେଶରେ ଏହି ଦିନଟିକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି। କାର୍ଗିଲକୁ ପାକିସ୍ତାନୀ ମୁଜାହିଦ୍ଦିନଙ୍କ କବଳରୁ ମୁକ୍ତ କରିବା ଭାରତୀୟ ସେନା ଲାଗି ଏତେ ସହଜ ନଥିଲା। ହେଲେ ଭାରତୀୟ ଜବାନଙ୍କ ଦୁଃସାହାସ ଆଗରେ ମୁଣ୍ଡ ନୁଆଁଇଥିଲା ପରିସ୍ଥିତି। ଅନେକ ବୀର ଜବାନଙ୍କ ବଳିଦାନ କାର୍ଗିଲକୁ ମୁକ୍ତ କରିଥିଲା।  ବିଜୟ ଦିବସ ସେହି ବୀର ଜବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳିତ ହୋଇ ଆସୁଛି।

{"id":305348,"width":576,"height":386,"sizeSlug":"large"}

ଚଳିତବର୍ଷ ପୁଣି ବିଜୟ ଦିବସ ପାଳିତ ହେବ। ଶହିଦ ବୀର ଜବାନଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଇବ। ଏଥିରେ ପୁଣି ତାଜା ହୋଇଛି କାର୍ଗିଲର ଏକ ସ୍ମୃତି। ପିତାପୁତ୍ର ଗୋଟିଏ ବଟାଲିୟନରୁ ପାକ୍ ମୁଜାହିଦ୍ଦିନଙ୍କ ବିରୋଧରେ  ଲଢି ବିଜୟ ପ୍ରାପ୍ତ କରିବାର ଏହି ଲୋମଟାଙ୍କୁରା ସ୍ମୃତିକୁ ଏବେ ବି ଭୁଲି ପାରିନାହାନ୍ତି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଗୋବିନ୍ଦ ସିଂ ବିଷ୍ଟ। କାର୍ଗିଲର ଏହି ଭୟାନକ ଯୁଦ୍ଧରେ ତାଙ୍କ ସହ ତାଙ୍କ ପୁଅ ଲେଫ୍ଚନାଣ୍ଟ ହେମନ୍ତ ସିଂ ମହାର ବିଷ୍ଟ ମଧ୍ୟ ଲଢୁଥିଲେ।

{"align":"center","id":305350,"width":309,"height":388,"sizeSlug":"large"}

କର୍ଣ୍ଣେଲ ବିଷ୍ଟ ଉତ୍ତରାଖଣ୍ଡ ପିଥୋରାଗଡର ବାସିନ୍ଦା। ସେନା ବାହିନୀରେ କାର୍ଯ୍ୟ କରୁଥିବା ବେଳେ ଚାକିରୀରୁ ଅବସର ନେଇ ଏବେ ଘରକୁ ଫେରିଛନ୍ତି। କାର୍ଗିଲ ଡାକରା ପଡିବାରୁ ତାଙ୍କ ବଟାଲିୟନ ସେଠାକୁ ଯାଇଥିଲା। କର୍ଣ୍ଣେଲ ବିଷ୍ଟଙ୍କ ଡିଭିଜନରେ ତାଙ୍କ ପୁଅ ହେମନ୍ତ ମଧ୍ୟ କାର୍ଯ୍ୟ କରୁଥିଲେ। ଉଭୟ ବୀରତ୍ୱର ସହ ଲଢି ଉଦାହରଣ ସୃଷ୍ଟି କରିଥିଲେ। କାର୍ଗିଲ ଯୁଦ୍ଧର ଅବସାନ ପରେ ବଟାଲିୟନ ସହ କର୍ଣ୍ଣେଲ ବିଷ୍ଟ ଫେରିଆସିଥିଲେ। ତେବେ ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନର ଦୁଷ୍ଟାମୀ ଲାଗି ହେମନ୍ତଙ୍କୁ ସେଠାରେ ଅବସ୍ଥାପିତ କରାଯାଇଥିଲା।

{"id":305352,"sizeSlug":"large"}

୧୮ ସେପ୍ଟେମ୍ବର ୨୦୦୦ରେ ପାକିସ୍ତାନ ସେନା ଏଲଓସିରେ ବଙ୍କର କରିଥିବାର ସୂଚନା ମିଳିଥିଲା। ସେହି ସବୁ ବଙ୍କର ନଷ୍ଟ କରିଦେବା ଲାଗି ଆଦେଶ ମିଳିବା ମାତ୍ରେ ହେମନ୍ତ ଓ ତାଙ୍କ କମାଣ୍ଡୋମାନେ ଅପରେସନ ଆରମ୍ଭ କରିଥିଲେ। ଏଥିରେ ପାକିସ୍ତାନର ୩ଟି ଜାକ ବଙ୍କର ନଷ୍ଟ ହୋଇଥିଲା ହେଲେ ଲେଫ୍ଟନାଣ୍ଟ ହେମନ୍ତଙ୍କୁ ୭ଟି ଗୁଳି ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଅପୂର୍ବ ବୀରତ୍ୱ ଲାଗି ହେମନ୍ତଙ୍କୁ ସୈର୍ଯ୍ୟ ଚକ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।  ପୁଅର ସ୍ମୃତିକୁ ଏବେବି ମନେ ରଖିଛନ୍ତି କର୍ଣ୍ଣେଲ ବିଷ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.