Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ନୃଶଂସ ସ୍ଵାମୀ ଓ ନିଷ୍ଠୁର ପୁଅ : ପିଟି ପିଟି ମାରିଦେଲେ, ପାଟିରେ ପୁରାଇଲେ ବିଷ !

26/04/2021 at 4:57 PM

ଉଦଳା ୨୬।୪: ନୃଶଂସ ସାଜିଲେ ସ୍ଵାମୀ ଏବଂ ପୁଅ । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀକୁ ପିଟି ପିଟି କଲେ ହତ୍ୟା । ହତ୍ୟାକାଣ୍ଡ ଭିଆଇବା ପରେ ସ୍ଵାମୀ ଏବଂ ପୁଅ ଫେରାର । ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ । 

ସୂଚନାଯୋଗ୍ୟ ଯେ,  ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ହେବା ପରେ ଅତି ନିର୍ଦ୍ଦୟ ଭାବେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କଲେ ସ୍ଵାମୀ ଏବଂ ପୁଅ ।  ଉଦଳା ଥାନା ଦିଘିନୂଆସାହି ଗ୍ରାମର ଚନ୍ଦ୍ରକାନ୍ତି ବେହେରା ରବିବାର ରାତିରେ ଘରେ ଥିବାବେଳେ କିଛି ଟଙ୍କା ନେଣଦେଣକୁ ନେଇ ତାଙ୍କ ସ୍ଵାମୀ ଛତିଶ ବେହେରାଙ୍କ ସହିତ କଥା କଟାକଟି ହୋଇଥିଲା ।  କଥା କଟାକଟି ହେବା ପରେ ସ୍ଵାମୀ ଛତିଶ ବେହେରା ଏବଂ ପୁଅ କାର୍ତ୍ତିକ ବେହେରା ଅତି ନିର୍ଦ୍ଦୟ ଭାବେ ଚନ୍ଦ୍ରକାନ୍ତିଙ୍କୁ ପିଟି ପିଟି ଗୁରୁତର କରିଥିଲେ ।  ପରେ ତାଙ୍କ ପାଟିରେ ବିଷ ଦେଇଥିଲେ ।  ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା । ହେଲେ ବାରିପଦାରେ ଚନ୍ଦ୍ରକାନ୍ତିଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଚନ୍ଦ୍ରକାନ୍ତିଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବାର ଲିଖିତ ଅଭିଯୋଗ କରିଛି ।  ଅନ୍ୟପଟେ ଘଟଣା ଭିଆଇବା ପରେ ଉଭୟ ସ୍ଵାମୀ ଏବଂ ପୁଅ ଫେରାର ହୋଇଯାଇଥିବା ଜଣାପଡିଛି ।  ତେବେ ପିଟି ପିଟି ହତ୍ୟା କରିବା ଘଟଣାକୁ ଚନ୍ଦ୍ରକାନ୍ତିଙ୍କ ଶ୍ବଶୁର ଅସ୍ଵୀକାର କରିଛନ୍ତି । ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

   Related Posts