Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ବାପ-ପୁଅ-ଝିଅ, ପୁଅର ମୃତଦେହ ଉଦ୍ଧାର

4/10/2021 at 5:35 PM

ସମ୍ୱଲପୁର, ୦୪/୧୦: ମହାନଦୀରେ ପୁଣି ଏକ ଅଘଟଣ ଘଟିଛି । ନଦୀରେ ଗାଧୋଇବା ବେଳେ ବାପ-ପୁଅ-ଝିଅ ଭାସି ଯାଇଥିବା ଜଣାପଡ଼ିଛି । ମହାନଦୀର ଦଳେଇପଡ଼ା ଘାଟରେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛି ।

ଭାସି ଯାଇଥିବା ବାପ-ପୁଅ-ଝିଅ ସମ୍ୱଲପୁର ପେନ୍‌ସନ୍‌ପଡ଼ାର ହୋଇଥିବା ବେଳେ ବାପାଙ୍କ ନାମ ଅଲତାବ, ପୁଅର ନାମ ଅଫତାବ୍‌ । ଅଲ୍‌ତାବ ଏକ ହୋଟେଲ୍‌ରେ କାମ କରୁଥିବା ଜଣାପଡ଼ିଛି । ୩ ଜଣଙ୍କ ମଧ୍ୟରୁ ଅଫତାବ୍‌ର ମୃତ ଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ସୂଚନା ମିଳିଛି ।

   Related Posts