ଗାଈକୁ ଉଦ୍ଧାର କରିବାକୁ ଯାଇ ନଦୀରେ ଭାସିଗଲେ ବାପ-ପୁଅ

Published By : Prameya-News7 Bureau | September 15, 2021 IST

ଯାଜପୁର, ୧୫/୦୯: ଯାଜପୁର ବରୀ ବ୍ଲକ୍‌ରେ ଏକ ଅଭାବନୀୟ ଘଟଣା ଘଟଛି । ନଦୀବଢ଼ିରେ ଭାସି ଯାଉଥିବା ଗାଇକୁ ବଞ୍ଚାଇବାକୁ ଯାଇ ବାପ-ପୁଅ ଦୁହେଁ ଭାସି ଯାଇଥିବା ଜଣାପଡ଼ିଛି ।

ବରୀ ବ୍ଲକ୍‌ ଗଙ୍ଗାଧରପୁରରେ ଏଭଳି ଘଟଣା ଘଟିଛି । ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲା । ଏହି ସମୟରେ ଗାଈଟି ଭାସି ଯାଇଥିଲା । ଭାସି ଯାଇଥିବା ବାପ-ପୁଅ ଉକ୍ତ ଗ୍ରାମର କିଶୋର ସିଂ ଏବଂ କୈଳାଶ ସିଂ ହୋଇଥିବା ଜଣାପଡ଼ିଛି । ଏବେ ପର୍ଯ୍ୟନ୍ତ ସେମାନେ ନିଖୋଜ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.