ଚିକିତ୍ସାଧିନ ଅବସ୍ଥାରେ ବାପା ଓ ପୁଅ ମୃତ, ଧୂପରୁ ନିଆଁ ଲାଗି ହୋଇଥିଲେ ଗୁରୁତର
20/10/2019 at 11:41 AM

ଭଣ୍ଡାରିପୋଖରୀ ୨୦।୧୦: ଧୂପରୁ ନିଆଁ ଲାଗି ଗୁରୁତର ହୋଇଥିବା ବାପା ଓ ପୁଅଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ମୃତ୍ୟୁ ହୋଇଛି । ଧୂଷୁରୀ ଥାନା କଟସାହି ପଞ୍ଚାୟତ ଶ୍ୟାମ ଚାନ୍ଦ ପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ବାପା ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ର ବାରିକ ।

ଗତକାଲି ଦୋକାନରେ ପୂଜା କରୁଥିବା ବେଳେ ଧୂପରୁ ନିଆଁ ଲାଗି ପୋଡି ହୋଇ ବାପା ପୁଅ ଗୁରୁତର ହୋଇଥିଲେ । କାଶିମପୁର-ଅସୁରାଳୀ ରାସ୍ତାର ଓଉଗଛ ଛକ ନିକଟରେ ନିଜ ଗ୍ରସୋରି ଦୋକାନରେ ହୋଇଥିଲା ଅଗ୍ନିକାଣ୍ଡ ।
Related Posts
ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
23 April 2021