Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

କାଳ ହେଲା ଅନଲାଇନ ମୋବାଇଲ କିଣା, ପିତାପୁତ୍ରଙ୍କ ଦୁଃଖଦ ମୃତ୍ୟୁ

3/10/2019 at 8:52 PM

କାନପୁର :  ଅନଲାଇନରେ ମୋବାଇଲ କିଣିବା ଏକ ପରିବାର ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ଫୋନ କିଣାକୁ ନେଇ ପାରିବାରିକ  ଝଗଡାରୁ ପୁଅ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାକୁ ଟ୍ରେନ ମୁହଁରୁ ବଞ୍ଚାଇବାକୁ ଯାଇ ପିତା ମଧ୍ୟ ପ୍ରାଣ ହରାଇଛନ୍ତି। ଘଟଣାଟି ନଜିରାବାଦର ଜବାହାର ନଗରରେ ଘଟିଛି। ଏଥିରେ ୪୮ ବର୍ଷ ବୟସ୍କ ପ୍ରେମ ଶ୍ରୀବାସ୍ତବ ଓ ତାଙ୍କ ପୁଅ ନମନ ପ୍ରାଣ ହରାଇଛନ୍ତି।

ଘଟଣାରୁ ପ୍ରକାଶ ଯେ ପ୍ରେମ ଶ୍ରୀବାସ୍ତବଙ୍କ ପରିବାର କହିଲେ ତାଙ୍କର ଏକମାତ୍ର ଝିଅ ନାନସୀ ଓ ପୁଅ ନମନ। ପ୍ରେମ ବାସମଣ୍ଡିର ଏକ କପଡା ଫାର୍ମରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚଳିଯାଏ। ଝିଅ ନାନସୀ ମୁଭି ଟାଇମର ଫୁଡ ଡିପାର୍ଟମେଣ୍ଟରେ କାମ କରନ୍ତି। ପୁଅ ବିଏନଏସଡି କଲେଜରେ ଇଣ୍ଟର ଛାତ୍ର ଥିବା ବେଳେ ନିକଟରେ ଭଉଣୀକୁ ନ ଜଣାଇ ତା ଆକାଉଣ୍ଟରେ ଅନଲାଇନରୁ ଏକ ମୋବାଇଲ ଫୋନ କିଣିଥିଲେ। ତେବେ ଆକାଉଣ୍ଟରୁ ଟଙ୍କା ଗାୟବ ଦେଖି ଭଉଣୀ ପଚରା ଉଚରା କରିବାରୁ ନମନ ଫୋନ କିଣିଥିବା ଜଣାପଡିଯାଇଥିଲା।

ଏ ନେଇ ନାନସୀ ବାପାଙ୍କୁ କହିବାରୁ ସେ ନମନକୁ ଚଟକଣୀ ପକାଇବାକ ସହ ଗାଳି କରିଥିଲେ। ଏଥିରେ ନମନ ରାଗିକି ଘରୁ ଚାଲିଯିବାରୁ ବାପା ତା ପଛେ ପଛେ ଯାଇଥିଲେ। ଜିଟି ରୋଡ ରେଲିଂ ପାର ହୋଇ ନମନ ସେତେବେଳେ ଆସୁଥିବା କାଂସଗଞ୍ଜ ଏକ୍ସପ୍ରେସ ଆଗକୁ ଡେଇଁପଡିଥିବା ବେଳେ ପୁଅକୁ ବଞ୍ଚାଇବାକୁ ଯାଇ ପ୍ରେମ ମଧ୍ୟ ପ୍ରାଣ ହରାଇଛନ୍ତି। ସାମାନ୍ୟ ଏକ ମୋବାଇଲ ଲାଗି ଗୋଟିଏ ପରିବାର ଧ୍ୱଂସ୍ତ ହୋଇଯାଇଛି।    

   Related Posts