ମାଡିଗଲା ଟିପ୍ପର, ଘଟଣାସ୍ଥଳରେ ବାପା ଓ ପୁଅ ମୃତ

Published By : Prameya-News7 Bureau | December 01, 2018 IST

ରାଉରକେଲା ୦୧|୧୨: ରାଉରକେଲା ରଘୁନାଥପଲ୍ଲୀ ଥାନା ବାଲୁଘାଟ ଛକରେ ଦୁର୍ଘଟଣାକୁ ନେଇ ଉତ୍ତେଜନା । ପୁଣି ରାସ୍ତା ଅବରୋଧ କଲେ ସ୍ଥାନୀୟଲୋକ । ଶୁକ୍ରବାର ରାତିରେ ରାଉରକେଲା ରଘୁନାଥପଲ୍ଲୀ ଥାନା ବାଲୁଘାଟ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ବାଇକ୍ ରେ ଯାଉଥିବାବେଳେ ବାପା ଓ ପୁଅଙ୍କ ଉପରେ ମାଡିଯାଇଥିଲା ଟିପ୍ପର । ଘଟଣାସ୍ଥଳରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଥିଲା । ମୃତ ବାପା ମୁନା ସେଠୀ ଓ ପୁଅ ଶମ୍ଭୁ ସେଠୀ । ସେମାନଙ୍କ ଘର ବାଲୁଘାଟ ବସ୍ତିରେ । ସୂଚନା ଅନୁସାରେ ବାପା ଓ ପୁଅ ଘରକୁ ଫେରୁଥିବାବେଳେ ଜାତୀୟ ରାଜପଥ ୧୪୩ରେ ସେମାନଙ୍କ ଉପରେ ଟିପ୍ପର ମାଡିଯାଇଥିଲା । ଯାହା ଫଳରେ ବାପା ଓ ପୁଅଙ୍କ ମୃତଶରୀର ଛିନ୍ ଭିନ୍ ହୋଇ ରାସ୍ତା ଉପରେ ପଡି ରିହିଥିଲା । ଦୁର୍ଘଟଣା ଘଟାଇଥଥିବା ଡ୍ରାଇଭର ଟିପ୍ପର ଧରି ଫେରାର ହୋଇଯାଇଛି । ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ସେଠାରେ  ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାରଲୋକଙ୍କୁ  କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ସ୍ଥାନୀୟଲୋକେ  ରାସ୍ତାରୋକ କରିଥିଲେ ।  ବିଳମ୍ବିତ ରାତି ପର୍ଯ୍ୟନ୍ତ  ରାସ୍ତାରୋକ  ଚାଲିଥିବାରୁ କଟକ ଭୁବନେଶ୍ବର ଯାଉଥିବା  ରାତ୍ରୀ କାଳୀନ ଯାତ୍ରୀବାହୀ ବସ ଗୁଡ଼କି  ରାଉରକେଲା ଫେରିଯାଇଥିଲା । ସ୍ଥାନୀୟ ଲୋକଙ୍କୁ ପୋଲିସ ବୁଝାସୁଝା  କରିବା ପରେ ଆଜି ଭୋରରୁ ରାସ୍ତା ଅବରୋଧ ହଟିଥିଲା । ତେବେ କ୍ଷତିପୂରଣ ଦାବିରେ ପୁଣି ଥରେ ରାସ୍ତା ଅବରୋଧ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.