ସଡକ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ

Published By : Prameya-News7 Bureau | December 24, 2019 IST

ଯାଜପୁର, ୨୪|୧୨: ସଡକ ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳ ନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସଂଧ୍ୟା ସମୟରେ ଯାଜପୁର ଜିଲ୍ଲା ଜାରକାରୁ ବାପା ଓ ପୁଅ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଟ୍ରକଟି ଧକ୍କାଦେବା ଫଳରେ ବାପା ଓ ପୁଅ ତଳେ ପଡିଯାଇଥେଲ, ଯାହାଫଳରେ ଟ୍ରକଟି ମଧ୍ୟ ଦୁଇଜଣଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଉଭୟ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.