ଗାଁ ଦାଣ୍ଡ ମଝିରେ ଯୁବତୀଙ୍କ ଚୁଟି ଘୋଷାରି ବାଡ଼େଇଲେ ବାପ-ପୁଅ: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 15, 2020 IST

 ଯାଜପୁର୧୫/୧୦: ବାପ-ପୁଅ ମିଶି ଗାଁ ଦାଣ୍ଡ ମଝିରେ ଯୁବତୀଙ୍କୁ ନିସ୍ତୁକ ମାଡ ମାରିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଘୋଷାଡି ମାଡ଼ ମାରିଛନ୍ତି ବାପ-ପୁଅ।

ସୂଚନା ମୁତାବକ ଗତକାଲି ଅପରାହ୍ନରେ କେଶବ ମଳିକ ଓ ତାଙ୍କ ପୁଅ ଚେମା ମଳିକ ପାରିବାରିକ କଳହକୁ କେନ୍ଦ୍ରକରି ପଡୋଶୀ ନନ୍ଦିନୀ ମଳିକଙ୍କୁ ଗାଁ ଦାଣ୍ଡରେ ଘୋଷାଡି ଅତି ନିର୍ମମ ଭାବେ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯଖପୁରା ପୋଲିସ ଉଭୟ ବାପ ପୁଅଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.