କିରୋସିନି ଢାଳି ଆତ୍ମାହୂତୀ ଉଦ୍ୟମ କଲେ ବାପା-ପୁଅ, କାବୁକଲା ପୋଲିସ

Published By : Prameya-News7 Bureau | December 14, 2020 IST

ଅନୁଗୋଳ ୧୪।୧୨: ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପା-ପୁଅଙ୍କ ଆତ୍ମାହୂତୀ ଉଦ୍ୟମ କରିଛନ୍ତି । ନିଜ ଦେହରେ କିରାସିନି ଢାଳି ଆତ୍ମାହୂତୀ ଦେବା ଉଦ୍ୟମ ବେଳେ କାବୁ କଲା ପୋଲିସ । ଉଭୟ ବାପା-ପୁଅ ତାଳଚେର ସୋଲଡା ଗ୍ରାମର ବୋଲି ଜଣାପଡିଛି ।

ବଳରାମ ଖଣିରେ ଜମି ଯାଇଥିବା ଓ ଚାକିରୀ ମିଳୁନଥିବା ଅଭିଯୋଗ କରି ଆତ୍ମାହୂତୀ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାପା-ପୁଅଙ୍କୁ କାବୁ କରି ଅଟକ ରଖିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଏମାନଙ୍କ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.