ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡାରେ ହାଣିଲେ : ଘଟଣାସ୍ଥଳରେ ପୁଅ ମୃତ, ବାପା ଗୁରୁତର

Published By : Prameya-News7 Bureau | September 07, 2021 IST

ଜୟପୁର ୭।୯: ଜୟପୁର ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଆକ୍ରମଣ । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଗୁରୁତର ବାପାଙ୍କୁ ପ୍ରଥମେ କୁମୁଲି ଓ ପରେ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ପୁଅ ଫକୀର ବିଶୋଇ । ଗୁରୁତର ବାପା ହେଲେ ଦୟାନିଧି ବିଶୋଇ। ସେପଟେ ରକ୍ତାକ୍ତ ଅବସ୍ଥାରେ ଫକୀରଙ୍କ ଶବ ପଡିଛି । ଖବର ପାଇ ବିସିଂହପୁର ପୋଲିସ ଘଟୁଆଳ ଗୁଡ଼ାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଗ୍ରାମର ବିଦ୍ୟାଧର ବିଶୋଇ ଓ ଦୟାନିଧି ବିଶୋଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଏକ ଲିଫ୍ଟ ପଏଣ୍ଟକୁ ନେଇ ବିବାଦ ରହିଥିଲା । ତେବେ ସୋମବାର ରାତିରେ ବିଦ୍ୟାଧର ତାଙ୍କର କିଛି ସହଯୋଗୀଙ୍କ ସହ ଆସି ଫକୀରଙ୍କୁ ଖଣ୍ଡାରେ ହାଣିଥିଲେ । ତାପରେ ବାପା ଦୟାନିଧିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ଫକୀରଙ୍କ ମୃତ୍ୟୁ ହୋଇଥିବା ବେଳେ  ବାପା ଦୟାନିଧି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ ସନ୍ଧ୍ୟା ସମୟରେ ଏକ ପୂଜା ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ହତ୍ୟାକାଣ୍ଡକୁ ନେଇ ଗ୍ରାମର ୪ ଜଣଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି। ସେପଟେ ଘଟଣାରେ ଜଡିତ ଜଣେ ଫେରର ଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍  ଟିମ୍ କୁ ଡାକି ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.