ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ବାପ-ପୁଅ ଗିରଫ

Published By : Prameya-News7 Bureau | February 22, 2021 IST

ଅନୁଗୋଳ ୨୨।୦୨: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ। ସୂଚନା ଅନୁସାରେ ଅନୁଗୋଳ ବେଣାଗାଡିଆ ଗାଁର ପ୍ରାଣବନ୍ଧୁ ଜେନା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ୨୦୧୮ମସିହାରେ ଅନୁଗୋଳ ଶିମିଳିପାଡର ଘନଶ୍ୟାମ ମିଶ୍ର ନାମକ ଜଣେ ବ୍ୟକ୍ତି ପ୍ରାଣବନ୍ଧୁଙ୍କ ପୁଅକୁ ଜାମସେଦପୁରର ଟାଟା ଇଣ୍ଡଷ୍ଟ୍ରିରେ ନିଯୁକ୍ତି ଦେବା ନାଁରେ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ ।

ହେଲେ ଆଜିପର୍ଯ୍ୟନ୍ତ ଚାକିରୀ ନ ମିଳିବାରୁ ଟଙ୍କା ଫେରାଇବା କହିବାରୁ ବିଭିନ୍ନ କିସ୍ତିରେ ୮୦ ହଜାର ଟଙ୍କା ଫେରାଇ ଆଉ ୩ ଲକ୍ଷ ୭୦ ହଜାର ଫେରାଇ ନ ଥିଲେ। ଓଲଟା ଗାଳିଗୁଲଜ କରିବା ସହିତ ପ୍ରାଣବନ୍ଧୁ ଏବଂ ତାଙ୍କ ସ୍ତ୍ରୀକୁ କାଠ ଫାଳିଆରେ ମାରିବାକୁ ଉଠିଥିଲେ।

ଫଳରେ ସେମାନେ ଭୟରେ ସେଠାରୁ ପଳାଇ ଆସି  ଏବଂ କୋଲିୟାରି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଏହି ଠକେଇ ଘଟଣାରେ ବାପା ଘନଶ୍ୟାମ ମିଶ୍ର ଏବଂ ପୁଅ ଶୋଭନ ମିଶ୍ରଙ୍କୁ ଗିରଫ କରି ତାଳଚେର SDJM କୋର୍ଟକୁ ପଠାଇଛି।

ପୋଲିସର ଅନୁସନ୍ଧାନ ବେଳେ ଏହି ବାପ-ପୁଅ ୨୦୧୮ ମସିହାରୁ ଆଜିଯାଏ ପ୍ରାୟ ୧୦୦୦ ଛାତ୍ରଙ୍କୁ ଏଭଳି ଠକେଇ କରିଛନ୍ତି । ଅଭିଯୁକ୍ତମାନେ ପ୍ରତ୍ୟେକ ଛାତ୍ରଙ୍କଠାରୁ ୨ ରୁ ୩ ଲକ୍ଷ ଟଙ୍କା ଲେଖାଏଁ ଠକିଛନ୍ତି। ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀଙ୍କୁ ଚାକିରିର ପ୍ରଲୋଭନ ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ଏକ ପ୍ରେସ ନୋଟ୍‌ରେ ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.