Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଛେଳି ଚୋରି ଅଭିଯୋଗରେ ବାପ-ପୁଅ ଗିରଫ: ରାତି ଅଧିଆ ୧୨ଟି ଛେଳିକୁ ଉଠାଇ ନେଇଥିଲା ଚୋର

2/11/2020 at 6:45 PM

ପାଟଣା୨/୧୧: ଛେଳି ଚୋରି ଅଭିଯୋଗରେ ପାଟଣା ପୋଲିସ ସୋମବାର ଗୋରାସ ଗ୍ରାମର ବାପ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମର ପପୁନ ମହାନ୍ତଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ୧୨ଟି  ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଏ ନେଇ ଛେଳି ମାଲିକ ଥାନାରେ ଅଭିଯୋଗ ପରେ ପାଟଣା ପୋଲିସ ଗୋରାସ ଗ୍ରାମର ଛେଳି ବ୍ୟବସାୟୀ ହରିଶ୍ଚନ୍ଦ୍ର  ସେଠୀଙ୍କ ଘରୁ ଛେଳି ଗୁଡ଼ିକୁ ଉଦ୍ଧାର କରିଥିଲା। ଏଥିସହ ପୋଲିସ ହରିଶ୍ଚନ୍ଦ୍ର ସେଠୀ ଓ ତାଙ୍କ ପୁଅ ଭୀମସେନ ସେଠୀଙ୍କୁ   ଅଟକ ରଖି ଘଟଣାର ତଦନ୍ତ କରି ବାପ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ହରିଶ୍ଚନ୍ଦ୍ର ସେଠୀ ଜଣେ ଛେଳି ବ୍ୟବସାୟୀ ହୋଇଥିବା ବେଳେ ଉକ୍ତ ଚୋରୀ ହୋଇଥିବା ଛେଳି ଗୁଡିକୁ ୪୨ ହଜାର ଟଙ୍କାରେ କିଣି ଘରେ ରଖିଥିଲା। 

ଚୋରି କରିଥିବା ଲୋକେ ତାଙ୍କୁ ଛେଳି ବିକ୍ରି କରିଥିବା ବେଳେ ଛେଳି ମାଲିକ ପିପୁନ ମହାନ୍ତଙ୍କ ଅଭିଯୋଗ ପରେ ଉଭୟ ବାପ ଓ ପୁଅଙ୍କୁ ପାଟଣା ଥାନା କେସ ନମ୍ବର ୧୬୫/୨୦ରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts