୧୨ ବର୍ଷ ହେଲା ବନ୍ଧା ପଡିଛି ପୁଅ, ଛାଡୁନି ହୋଟେଲ ମାଲିକ ; ଗାଁରେ ଲୁହ ଗଡାଉଛନ୍ତି ବାପା ଓ ମାଆ...

Published By : Prameya-News7 Bureau | November 15, 2020 IST

ଉଦଳା ୧୫।୧୧: ହୋଟେଲରେ ବନ୍ଧା ପଡିଛି ପୁଅ । ମୋ ପୁଅ ବମ୍ବେରେ ଏକ ହୋଟେଲରେ ବନ୍ଧା ପଡିଛି । ରମେଶ ତାକୁ ସେଠାରେ ବିକି ଦେଇଛି । ପୁଅ ମୋର କେବେ ଫେରିବ । ଏଭଳି କହି କହି ମାର ଆଖିରୁ ଝରୁଛି ଲୁହ । ବାପାଙ୍କ ଅବସ୍ଥା ବି ସମାନ । ଏମିତି ୧୨ ବର୍ଷ ବିତିଗଲାଣି। । ଏହା ହେଉଛି କପ୍ତିପଦା ଥାନା ଆମ୍ବପିଛୁଳା ଗ୍ରାମର ଭଗବାନ ଆରୁଖଙ୍କ ପରିବାରର ଦୁଃଖା ।

ଭଗବାନ ଆରୁଖଙ୍କ ବଡପୁଅ ରନ ଆରୁଖ ୧୬ ବର୍ଷ ପୂର୍ବରୁ କାମ କରିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ଘରୁ ଯିବାର ୪ ବର୍ଷ ପର୍ଯନ୍ତ ପରିବାର ସହିତ ସଂପର୍କ ରଖିଥିଲା । ପରେ ଆଉ ତାର ଖୋଜ ଖବର ନଥିଲା । ଏପରି ୧୨ ବର୍ଷ ଧରି ପୁଅକୁ ଖୋଜୁଥିବା ବେଳେ ଶେଷରେ ତାଙ୍କ ପୁଅ ବମ୍ବେର ଉଡପି ହୋଟେଲରେ କାମ କରୁଥିବା ଜାଣିବାକୁ ପାଇଥିଲେ । ହେଲେ ସେଠାରେ ବନ୍ଧା ପଡିଚି ପୁଅ ।

ରମେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ସେଠାରେ ଛାଡିଥିବାରୁ ସେ ନ ଆସିଲେ ପୁଅକୁ ଛାଡିବେ ନାହିଁ ବୋଲି କହିଚନ୍ତି ହୋଟେଲ ମାଲିକ । ଏବେ ପୁଅ କିପରି ଫେରିବ ତାହାକୁ ନେଇ ଆକୁଳ ନିବେଦନ କରିଛନ୍ତି ବାପା-ମାଆ । ଅନ୍ୟପଟେ ରନଙ୍କୁ ହୋଟେଲରେ ନେଇ ରଖିଥିବା ରମେଶ କିଏ ଏବଂ ସେ କୁଆଡେ ଗଲେ ତାହାର ପତ୍ତା ମଧ୍ୟ ମିଳୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.