Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସ ନିହାରିକାଙ୍କ ଶବ ମିଳିବା ପରେ ପୁରୁଷ ବନ୍ଧୁ କିଶୋର ଫେରାର, ବାପା ଓ ମା ବିରିଡି ଥାନାରେ ଅଟକ

ଜଗତସିଂହପୁର୧୭|୯; ଆଜି ସକାଳେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଂଚଳରେ ବିଲୁଆଖାଇ ନଈ ପଠାରୁ ନର୍ସ ନିହାରିକା ପାତ୍ରଙ୍କ ଶବ ବସ୍ତା ଭିତରୁ ଉଦ୍ଧାର ହେବାପରେ ମୃତ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଫେରାର ହୋଇଯାଇଛି । ଫଲରେ କିଶୋର ଆଞ୍ଚଳର ବାପା କାର୍ତ୍ତିକ ଆଞ୍ଚଲ ଓ ମା ସୀତା ଆଞ୍ଚଲଙ୍କୁ ବିରିଡି ପୋଲିସ ଥାନାରେ ଅଟକ ରଖି ପଚାରା ଉଚରା କରୁଛି । ତେବେ ସେମାନେ ଘଟଣା ସମ୍ପର୍କରେ କିଛି ଜାଣିନଥିବା ପୋଲିସକୁ କହିଛନ୍ତି । ଖବର ନେବାରେ ଜଣାପଡିଛି ଯେ, ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ହାଜିପୁରରେ ଏକୁଟିଆ ରହୁଥିଲେ । ତାଙ୍କ ବାପା କଟକ ୪୨ ମୌଜା ଅଞ୍ଚଳରେ ଏକ ହୋଟେଲ କରି ସେଠାରେ ରହୁଛନ୍ତି ।

ଖୋର୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାର ପୁରର ନିହାରିକା ପାତ୍ର ଗତ ୪ ବର୍ଷ ହେଲା କଟକ ଏମଏମ ମେଡିକେୟାର ନର୍ସିଂ ହୋମରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ୪ଟା ବେଳେ ସେ କିଶୋର ଆଞ୍ଚଲ ସହ କୋଉଁଆଡେ ଚାଲିଯାଇଥିବା ନର୍ସିଂହୋମ ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା । ଅପରପକ୍ଷରେ ନିହାରିକାଙ୍କ ପରିବାର ପକ୍ଷରୁ ମଧ୍ୟ କିଶୋର ଆଞ୍ଚଲ ତାଙ୍କ ଝିଅକୁ ନେଇ ଫେରାର ହୋଇଯାଇଛି ବୋଲି ନିହାରିକାଙ୍କ ପରିବାର ପକ୍ଷରୁ ଅନ୍ୟ ଏକ ଏତଲା ମଧୁପାଟଣା ଥାନାରେ ଦିଆଯାଇଥିଲା ।

ମଧୁପାଠଣା ଥାନା କିଶୋର ଆଞ୍ଚଲକୁ ଯୋଗାଯୋଗ କରିବା ସହ ସେ ଥାନାକୁ ଆସି ଆତ୍ମ ସମର୍ପଣ କରିବ ବୋଲି ମୃତ ନିହାରିକାଙ୍କ ମାଙ୍କୁ ଆଶ୍ବସନା ଦେଇଥିଲା । ହେଲେ କିଶୋର ଆସି ଥାନାରେ ଆତ୍ମ ସମର୍ପଣ କରିନଥିଲା । ଅପରପକ୍ଷରେ ଆଜି ନିହାରିକାଙ୍କ ଶବ ବିରିଡି ପୋଲିସ ବିଲୁଆଖାଈ ନଈ ପଠାରୁ ଏକ ବସ୍ତାଭିତରୁ ଉଦ୍ଧାର କରିଥିଲା । ସେଥାନୀୟ ଲୋକଙ୍କ କହିବା ଅନୁସାରେ ଶବଭର୍ତ୍ତି ଏହି ବସ୍ତାଟି ଗତ ୪ଦିନ ହେଲା ବିଲୁଆଖାଇ ନଈରେ ଭାସି ଆସି ପଠାରେ ଲାଗିଥିଲା ।

ଖବର ନେବାରେ ଜଣାପଡିଛି ଯେ, ମୃତ ନିହାରିକାଙ୍କ ଘର ଖୋର୍ଧା ଜିଲ୍ଲା ଭିଙ୍ଗାର ପୁରରେ ହୋଇଥିଲେ ସୁଦ୍ଧା ସେ ନିଜ ମାଉସୀ ଝିଅ ଭଉଣୀ ଘର ହାଜିପୁରରେ ରହି ପଢାପଢି କରୁଥିଲେ । ନର୍ସ ଚାକିରୀ ପାଇବା ପରେ ସେ କଟକ ଆସିଯାଇଥିଲେ । ଗତ ୨୦ ଦିନ ତଳେ ମଧ୍ୟ ସେ ହାଜିପୁର ଯାଇଥିଲେ । ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ହାଜିପୁରରେ ରହୁଥିଲା । ଆଜି ଶବ ଉଦ୍ଧାର ପରେ ସଂପୃକ୍ତ ମାଉସୀ ଝିଅ ଭଉଣୀ ମଧ୍ୟ ସବ ଚିହ୍ନଟ ପାଇଁ ପହଞ୍ଚିଥିଲେ । ସେ କହିଛନ୍ତି ଯେ, କିଶୋର ହିଁ ଏହି ଏତ୍ୟା ଘଟଣାର ମୁଖ୍ୟ ।

3346 Views

   ସମ୍ବନ୍ଧିତ ଖବର