Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଝିଅ ରହୁଛି ପ୍ରେମିକ ସହ, କିନ୍ତୁ ଅନର କିଲିଂ ଅଭିଯୋଗରେ ବାପ-ଭାଇ ବର୍ଷେ ହେଲା ଜେଲରେ

8/08/2020 at 9:15 PM

ଆମରୋହା:  ଉତ୍ତରପ୍ରଦେଶ ଆମରୋହାରେ ଘଟିଛି ଅଭାବନୀୟ ଘଟଣା। ଝିଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଭାଇ, ପିତା ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟରେ ଉପସ୍ଥାପିତ କରିବାର ଦୀର୍ଘ ଦିନ ପରେ ଝିଅକୁ ପୋଲିସ ଜୀବିତ ଉଦ୍ଧାର କରିଛି। ଘଟଣା ଜଣାପଡିବା ପରେ  ଅମରୋହା ଜିଲ୍ଲା ଏସପି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆଦମପୁର ପୋଲିସ ଅନ୍ତର୍ଗତ ମଲକପୁର ଗାଁର ସୁରେଶ କୁମାର ତାଙ୍କ ଝିଅ ନିଖୋଜ ଥିବା ନେଇ ଗତବର୍ଷ ଫେବୃଆରୀ ମାସରେ ଥାନାରେ ଏତଲା ଦେଇଥିଲେ। ତାଙ୍କ ଝିଅକୁ ହୁଏତ କେହି ଅପହରଣ କରିନେଇଥାଇପାରେ ବୋଲି ଏତଲାରେ ଆଶଙ୍କା ପ୍ରକାଶ କରିଥିବା ବେଳେ ଏଥିଲାଗି ୫ ଜଣଙ୍କୁ ଦାୟି କରିଥିଲେ। ତେବେ ଆଦମପୁର ଥାନା ମାମଲାର ତଦନ୍ତ କରି ସୁରେଶଙ୍କୁ ତାଙ୍କ ଝିଅର ହତ୍ୟାକାରୀ ସାବ୍ୟସ୍ତ କରିବା ସହ ସାଙ୍ଗରେ ପୁଅ ଓ ଅନ୍ୟ ଜଣେ ସମ୍ପର୍କୀୟକୁ ଗିରଫ କରି କୋର୍ଟକୁ ପଠାଇ ଦେଇଥିଲା। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଅଭିଯୋଗଫର୍ଦ୍ଦ ମଧ୍ୟ କୋର୍ଟରେ ଦାଖଲ କରିଦେଇଥିଲେ ତଦନ୍ତକାରୀ ଅଧିକାରୀ।

ଘଟଣାକୁ ପ୍ରାୟ ଦେଢ ବର୍ଷ ପୁରିଥିବା ବେଳେ ନିଖୋଜ ଝିଅ ତା ଗାଁଠାରୁ ମାତ୍ର ୫ କିଲୋମିଟର ଦୂର ପରୱା ଗାଁରୁ ଉଦ୍ଧାର କରିଛି। ଝିଅଟି ପ୍ରେମ ବିବାହ କରିଥିବା ବେଳେ ସେ ଏବେ ଅନ୍ତସତ୍ୱା ଅଛି ବୋଲି ଜଣାପଡିଛି। ତେବେ ପୋଲିସ ମିଥ୍ୟା ମାମଲାରେ ୩ ଜଣଙ୍କୁ ଦୀର୍ଘ ଦିନ ହେଲା ଜେଲରେ ବନ୍ଦୀ କରି ରଖିବା ଏବେ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମିଳିବା ପରେ ଏସପି  ବିପିନ ଟଡା ମାମଲାର ତଦନ୍ତକାରୀ ଅଧିକାରୀ ଇନିସପେକ୍ଟର ଅଶୋକ କୁମାର ଶର୍ମାଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ମାମଲାର ତଦନ୍ ତଦାୟିତ୍ୱ ଅତିରିକ୍ତ ଏସପିଙ୍କୁ ପ୍ରଦାନ କରିଛନ୍ତି।

   Related Posts