ଗାଧୋଇବାକୁ ଯାଇ ଆଉ ଫେରିଲେନି ବାପ-ଝିଅ, ପୋଖରୀରୁ ମିଳିଲା ମୃତଦେହ

Published By : Prameya-News7 Bureau | September 07, 2021 IST

ନୂଆପଡା ୭।୯: ପୋଖରୀରେ ବୁଡି ବାପ-ଝିଅ ମୃତ । ନୂଆପଡା ଥାନା ସାଲେଭଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ବାପା ରୋହିତ ମାଝୀ ଓ ଝିଅ ଦେବିକା ମାଝୀ ।

ସୂଚନାଯୋଗ୍ୟ ଯେ, ବାପା-ଝିଅ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।  ଉଭୟଙ୍କ ମୃତ୍ୟୁରେ  ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.