ନିଆରା ପ୍ରୟାସ : ମୁଣ୍ଡଫଟା ଖରାରେ ପକ୍ଷୀଙ୍କ ସାହାରା ସାଜିଛନ୍ତି ବାପ-ଝିଅ

Published By : Prameya-News7 Bureau | May 11, 2021 IST

ଭଦ୍ରକ ୧୧/୦୫ : ଆଜିର ବ୍ୟସ୍ତବହୁଳ ସ୍ୱାର୍ଥପର ସମାଜ ରେ ମଣିଷ ନିଜ କଥା ବ୍ୟତୀତ ଅନ୍ୟ କାହା କାହା କଥା ଚିନ୍ତା କରିବାକୁ ସମୟ ନଥାଏ ।  କିନ୍ତୁ ଏଭଳି ସ୍ଥଳେ କିଛି  ବ୍ୟକ୍ତିଙ୍କ ନିକଟରେ ଆଜିବି ମାନବିକତା ବଞ୍ଚି ରହିଛି । କଥା କହି ପାରୁନଥିବା ନିରୀହ ପକ୍ଷୀ ମାନଙ୍କ ପାଇଁ ସୁଖ ଦୁଃଖର ସାଥି ପାଲଟିଛନ୍ତି ଜଣେ ଯୁବକ ଓ ତାଙ୍କ କୁନି ଝିଅ ।  ଗ୍ରୀଷ୍ମ ଦାଉରୁ ନିରୀହ ପକ୍ଷୀ ମାନଙ୍କର ତୃଷ୍ଣା ଓ ଭୋକ ମେଣ୍ଟାଇବା ପାଇଁ ଗଛ ଉପରେ ବାନ୍ଧିଛନ୍ତି ଖାଦ୍ୟ ଓ ପାନୀୟ ଜଳ । ଯୁବକ ଜଣଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ତାଙ୍କର ୯ ବର୍ଷର ଝିଅ । ଯୁବକ ଓ ତାଙ୍କ କୁନି ଝିଅଟିର ଏଭଳି ନିଆରା କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

{"id":451191,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବୟାଁବନାପୁର ଗ୍ରାମର ଜ୍ୟୋତିଶଙ୍କର ପଣ୍ଡା । ଭଣ୍ଡାରିପୋଖରୀ ବ୍ଲକରେ ହର୍ଟିକଲଚର ବିଭାଗରେ ଅସ୍ଥାୟୀ ଭାବେ କାର୍ଯ୍ୟରତ ଜ୍ୟୋତିଶଙ୍କର ତାଙ୍କର ନିଆରା କାର୍ଯ୍ୟ ପାଇଁ ସେ ଏବେ ବେଶ ପରିଚିତ । ବ୍ୟସ୍ତବହୁଳ ଜୀବନ ସହିତ ଆଜିର ସମାଜରେ ନିଜ ସ୍ୱାର୍ଥ ଅପେକ୍ଷା ଅନ୍ୟମାନଙ୍କୁ ସୁଖ ସୁବିଧା ଯୋଗାଇବା ପାଇଁ ସଦାତତ୍ପର ରହିଛନ୍ତି । ସାମାଜିକ ବିଧି ବ୍ୟବସ୍ଥାରେ ନିଜ ପରିବାର ଓ ସାମାଜିକ ଦାୟିତ୍ୱ ନିର୍ବାହକୁ ଛାଡିଦେଲେ ପଶୁପକ୍ଷୀଙ୍କ ସେବା ପାଇଁ ମଧ୍ୟ ସମର୍ପିତ ହେଉଛନ୍ତି । ଏପରିକି ନିଜ କର୍ମମୟ ଜୀବନରୁ ସମୟ ବାହାର କରି ଗଛଡାଳରେ କିଚିରି ମିଚିରି ହେଉଥିବା ପକ୍ଷୀଙ୍କ ପାଇଁ ନିସ୍ୱାର୍ଥପର ଭାବେ ସମସ୍ତ ସୁବିଧା ସୁଯୋଗ ଯୋଗାଉଛନ୍ତି ଜ୍ୟୋତିଶଙ୍କର ।

{"id":451192,"sizeSlug":"large","linkDestination":"none"}

ପ୍ରଚଣ୍ତ ଖରା ଦାଉରୁ ରକ୍ଷା ପାଇବା ପାଇଁ ନିରୀହ ପକ୍ଷୀମାନଙ୍କ ହୃଦୟର କଥା ବୁଝିବା ପାଇଁ ଆଗେଇ ଆସିଛନ୍ତି । ଏବେ ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବାବେଳେ ନିଜ ଗାଁ ମୁଣ୍ଡ ବର ଓ ଅଶ୍ୱସ୍ଥ ଗଛରେ ପକ୍ଷୀମାନଙ୍କ ପାଇଁ ନିୟମିତ ଖାଦ୍ୟ ପାନୀୟର ବ୍ୟବସ୍ଥା କରୁଛନ୍ତି ଜ୍ୟୋତିଶଙ୍କର । ବରଗଛ ଡାଳରେ ଷ୍ଟିଲପାତ୍ର ବାନ୍ଧି ସେ ଦୈନନ୍ଦିନ ସେଥିରେ ଚାଉଳ,ଭାତ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ରଖୁଥିବାବେଳେ ପ୍ଲାଷ୍ଟିକ ପାତ୍ର ବାନ୍ଧି ପକ୍ଷୀମାନଙ୍କ ପାଇଁ ପାଣି ଭରୁଛନ୍ତି । ଏଥିରେ ସହଯୋଗ କରୁଛନ୍ତି ତାଙ୍କର ୯ ବର୍ଷର ଝିଅ ମାମାଲି ପଣ୍ଡା । ବାପା କୁ ଏହି କାର୍ଯ୍ୟରେ କୁନି ଝିଅ ଟି ସାହାଯ୍ୟ କରୁଥିବାରୁ ଚିତ୍ର ମନ କୁ ବେଶ ଆନ୍ଦୋଳିତ ମଧ୍ୟ କରୁଛି ।

ସେହିପରି ଗଛ ଡାଳରେ ରଖୁଥିବା ଖାଦ୍ୟ ଓ ପାନୀୟ ଜଳ କୁ କୌଣସି ବିଷାକ୍ତ ସରିସୃପ କାଳେ ଛୁଇଁଦେବ ସେ ଉପରେ ମଧ୍ୟ ସେ ଘଡିକୁ ଘଡି ତୀକ୍ଷ୍ଣ ନଜର ରଖୁଛନ୍ତି । ଖରାରୁ ଚଢେଇ ବସାକୁ ରକ୍ଷା କରିବା ପାଇଁ ମଧ୍ୟ ଡାଳପତ୍ର ନେଇ ସେଗୁଡିକୁ ସଜାଉଛନ୍ତି । ଅଫିସରୁ ଆସିବା ଟିକେ ଡେରି ହେଲେ ପକ୍ଷୀ ମାନେ ଖିଚିରି ମିଚିର ଶବ୍ଦ କରିଥାନ୍ତି । ଘରୁ ତାଙ୍କ ଝିଅଙ୍କ ଫୋନ ଶୁଣି ଦୌଡ଼ି ପଳାଇ ଆସନ୍ତି ଜ୍ୟୋତି ଶଙ୍କର । ଆଉ ଆସିବା ପରେ ତାଙ୍କୁ ଖାଦ୍ୟ ଓ ପାନୀୟଜଳ ଦେଇଥାନ୍ତି । ଏହି ପକ୍ଷୀମାନଙ୍କ କିଚିରିମିଚିର ରାବ ସତେ ଯେପରି ଜ୍ୟୋତିଶଙ୍କରଙ୍କ ହୃଦୟକୁ ଆନ୍ଦୋଳିତ କରିଦେଉଛି । ଯେଉଁଥି ପାଇଁ ରାତିପାହିଲେ ଗାଁ ମୁଣ୍ଡ ବରଗଛ ଡାଳରେ ବିଭିନ୍ନ କିସମର ପକ୍ଷୀମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା କରି ନିଜ କର୍ମମୟ ଜୀବନକୁ ଫେରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ସାମାଜିକ କର୍ମୀ ମାନଙ୍କ ଠାରୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଥିବାବେଳେ ନିରୀହ ପକ୍ଷୀମାନଙ୍କ ପାଇଁ ସେ ସମର୍ପିତ ହୋଇ ଅନେକ ଆତ୍ମତୃପ୍ତି ପାଉଥିବା କହିଛନ୍ତି । ଆଉ ଏଥିରେ ତାଙ୍କ ଘର ପରିବାର ମଧ୍ୟ ଖୁସି ଅଛନ୍ତି । ଆଉ ସମୟ ମିଳିଲେ ଜୋତିଶଙ୍କର ଙ୍କ ମା ଓ ବାପା ମଧ୍ୟ ସମାନ ଭାବେ ଦାନା ଓ ପାଣି ରଖନ୍ତି ।

{"id":451193,"sizeSlug":"large","linkDestination":"none"}

ଆଜିର ସମାଜରେ ଏଭଳି ବିରଳ ବ୍ୟକ୍ତିତ୍ୱ ମିଳିବା କଷ୍ଟକର , ନିଜ କର୍ମମୟ ଜୀବନ କୁ ସମୟ ଦେବା ପରେ ନିଜ ପରିବାର ସହ ନିରୀହ ପକ୍ଷୀ ମାନଙ୍କ ସେବା କରୁଥିବାରୁ , ଜ୍ୟୋତିଶଙ୍କର ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.