ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲି ଚୋଟ, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ

Published By : Prameya-News7 Bureau | July 16, 2021 IST

ଭଦ୍ରକ ୧୬।୭: ବିଚ୍ ରାସ୍ତାରେ ବାପା ଓ ଝିଅଙ୍କୁ ଭୁଜାଲିରେ ଆକ୍ରମଣ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାର ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାସ୍ତାରେ ବାଲି ଓ ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ବାପା ଓ ଝିଅକୁ ଭୁଜାଲିରେ ଆକ୍ରମଣ । ବାପା ଓ ଝିଅଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଗାଁର ଏହି ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା । ତେବେ ଶୁକ୍ରବାର ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇ ପ୍ରତିବାଦ କରିବାରୁ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୩ ଜଣ ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.