ଶଶୁର ଓ ଜୋଇଁ ଖାଲି ବଜ୍ରକାପ୍ତା ନୁହଁ ହାଇଟେକ୍‌ ଉପାୟରେ କରୁଥିଲେ ହନୁମାନ ପଇସା କାରବାର

Published By : Prameya-News7 Bureau | December 24, 2019 IST

ଆଠଗଡ ୨୪।୧୨ - ବଜ୍ରକାପ୍ତା ଚୋରା ଚାଲାଣର ଗୁମର ନ । ଆଠଗଡ଼ ବନଖଣ୍ଡ ରେ ହାଇଟେକ୍ ଉପାୟରେ ଚାଲିଥିବା ଏହି ମାଫିଆ ଗ୍ୟାଙ୍ଗ ର ଅଡ଼ୁଆ ସୂତାର ଖିଅ ଖୋଲୁ ଖୋଲୁ ବିଭାଗ ହାତରେ ଲାଗିଛି ଆଉ ଏକ ହାଇ ପ୍ରୋଫାଇଲ୍ କାରବାରର ତଥ୍ୟ । ଗିରଫ ହୋଇଥିବା ଶଶୁର ଓ ଜୋଇଁ ହନୁମାନ ପଇସା କାରବାରରେ ସମ୍ପୃକ୍ତ ଥିବା କଥା ଜଣା ପଡିଛି ।

ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଗିରଫ ହୋଇସାରିଲେଣି । ଦଶଜଣ ଙ୍କୁ ରିମାଣ୍ଡରେ ନେଇ ବନବିଭାଗ ଓ ଜାତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଜେରା କରିଛନ୍ତି। ଜେରାବେଳେ ଏମାନଙ୍କର ବିଦେଶୀ ଲିଙ୍କ ଥିବାର ପ୍ରମାଣ ଲାଗିଛି ।
ଏହି ରାକେଟର ମାଷ୍ଟର ମାଇଣ୍ଡ ମାଧବ ନରସିଂହପୁର ଅଞ୍ଚଳରୁ ଗିରଫ ହୋଇଛି । ପଶ୍ଚିମ ବଙ୍ଗରୁ ଏହାର ଚେର ଚୀନ ମିଆମାର ଭିଏତନାମ ହୋଇ ମଙ୍ଗୋଲିଆ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି ।

ଆଠଗଡ଼ ବନଖଣ୍ଡ ଅଧିକାରୀ, ଶଶୁର ଓ ଜ୍ବାଇଁ ଗ୍ୟାଙ୍ଗ ଏହି ସବୁ କାରବାର କରୁଥିବା ବେଳେ ଏବେ ଏହି ବହୁଚର୍ଚ୍ଚିତ ବିଚିତ୍ର ତଥା ବିରଳ ହନୁମାନ ପଇସା କାରବାରର ପର୍ଦ୍ଦାଫାଶ କରିବା ପାଇଁ ଆଠଗଡ ବନବିଭାଗ ପୋଲିସ ର ସହାୟତା ନେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.