ଆତଙ୍କବାଦକୁ ପ୍ରୋତ୍ସାହନ ଲାଗି ପୁଣି FATFର ‘ଗ୍ରେ’ ଲିଷ୍ଟରେ ପାକିସ୍ତାନ

Published By : Prameya-News7 Bureau | October 23, 2020 IST

ପ୍ୟାରିସ୍ ୨୩।୧୦:  ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ଙ୍କ ପ୍ୟାରିସ୍‌ରେ ଅନୁଷ୍ଠିତ ଅନଲାଇନ୍‌ ବୈଠକରେ ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରଖିବା ପ୍ରସ୍ତାବରେ ମୋହର ବାଜି ଯାଇଛି।  ଏଫଏଟିଏଫଙ୍କ ୨୭ ସୂତ୍ରୀ କାର୍ଯ୍ୟକ୍ରମ ପୁରଣ କରିବାରେ ବିଫଳତା କାରଣରୁ ପାକିସ୍ତାନକୁ ଏହି ଦିନ ଦେଖିବାକୁ ପଡିଛି। ଏଫଏଟିଏଫ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଜାତିସଂଘ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀଙ୍କ ବିରୋଧରେ ବି କୌଣସି କାର୍ଯ୍ୟାନୁଷ୍ଠାନ କରିନି।

{"id":349691,"sizeSlug":"large"}

କାମଦେଲାନି ତୁର୍କିର ଓକିଲାତି
ଏଫଏଟିଏଫରେ ପାକିସ୍ତାନ ଲାଗି ତୁର୍କିକୁ ଓକିଲାତି କରୁଥିବାର ଦେଖାଯାଇଥିଲା। ପାକିସ୍ତାନ କରିଥିବା ଭଲ କାମର ତର୍ଜମା କରିବା ଲାଗି ସଦସ୍ୟ ରାଷ୍ଟ୍ରଙ୍କୁ ତୁର୍କି ନିବେଦନ କରିଥିଲା। ୨୭ ରୁ  ପାକିସ୍ତାନକୁ ଆଉ ୬ଟି ମାନଦଣ୍ଡ ପୂରଣ କରିବାକୁ ଅଛି ।  ବାକି  କାର୍ଯ୍ୟସୂଚୀ ଲାଗି କିଛି ସମୟ ଆଉ ଅପେକ୍ଷା କରାଯିବା ଦରକାର ବୋଲି ତର୍କ ରଖିଥିଲା ତୁର୍କି । ତେବେ ସଦସ୍ୟ ଦେଶମାନଙ୍କୁ ତୁର୍କିର ତର୍କ ସନ୍ତୁଷ୍ଟ କରିପାରିନଥିଲା। ଏହି ବୈଠକକୁ ଦୃଷ୍ଟିରେ ରଖି ପାକ୍‌ ବୈଦେଶିକମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ କିଛି ଦିନ ପୂର୍ବରୁ ତୁର୍କି, ମାଲେସିଆ ଓ ସାଉଦୀ ଆରବକୁ ସହାୟତା ନିମନ୍ତେ ନିବେଦନ କରିଥିଲେ।

{"id":349692,"width":574,"height":321,"sizeSlug":"large"}

ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରହିବ ପାକ୍
ପାକିସ୍ତାନ ଏପର୍ଯ୍ୟନ୍ତ ଆମର ୨୭ ସୂତ୍ରୀ କାର୍ଯ୍ୟଯୋଜନା ପୁରା କରିବାରେ ବିଫଳ ହୋଇଛି। ୨୭ରୁ ମାତ୍ର ୨୧ଟି ଯୋଜନା କାର୍ଯ୍ୟକାରୀ କରିଥିବା ଏଫଏଟିଏଫ କହିଛନ୍ତି। ଏଣୁ ବାକି ଥିବା କାର୍ଯ୍ୟାନୁଷ୍ଠାନ ଫେବୃଆରୀ ୨୦୨୧ ସୁଦ୍ଧା ପୁରଣ କରିବାକୁ ବୈଠକରେ ପାକିସ୍ତାନକୁ ଅନୁରୋଧ କରାଯାଇଛି।

{"id":349693,"sizeSlug":"large"}

ଆମେରିକା ଓ ଫ୍ରାନସ ସମେତ ବିରୋଧ କଲେ ଏହି ସବୁ ଦେଶ
ପାକିସ୍ତାନ ମାଟିରୁ ସଞ୍ଚାଳିତ ହେଉଥିବା ଆତଙ୍କବାଦ କାର୍ଯ୍ୟକ୍ରମକୁ ନେଇ ବୈଠକରେ ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ଜର୍ମାନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଫଏଟିଏଫ ଟେରର ଫଣ୍ଡିଂ ସମେତ ୨୭ଟି ପଦକ୍ଷେପ ଲାଗି ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେଉଁ ଗୋଟିଏ ହେଲେ କାମ ପାକିସ୍ତାନ ଦ୍ୱାରା ଠିକରେ ନିର୍ବାହ ହୋଇଥିବା ନେଇ ସଦସ୍ୟ ଦେଶମାନେ ସନ୍ଦେହ ପ୍ରକାଶ କରିଥିଲେ।

{"id":349694,"width":576,"height":303,"sizeSlug":"large"}

ଗ୍ରେ ଲିଷ୍ଟରେ ରହିଲେ ପାକିସ୍ତାନର ହେବ କ’ଣ?
ପାକିସ୍ତାନ ପୁଣି ଗ୍ରେ ଲିଷ୍ଟରେ ରହିବା ଏବେ ଇମ୍ରାନ ସରକାରଙ୍କ ଲାଗି ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଆତଙ୍କବାଦ ଲାଗି କୋହଳ ମନବୃତ୍ତି ଯୋଗୁ ଏବେ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ), ବିଶ୍ୱବ୍ୟାଙ୍କ (ଡବ୍ଲୁବି) ଓ ୟୁରୋପୀୟ ସଂଘରୁ ମିଳିବାକୁ ଥିବା ଆର୍ଥିକ ସହାୟତା ଆଉ ମିଳିପାରିବ ନାହିଁ। ଫଳରେ ଆର୍ଥିକ ଦୁଃସ୍ଥିତିରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଆହୁରି ଦୟନିୟ ହୋଇପଡିବ। ଏଥିରେ ଅନ୍ୟ ସହଯୋଗୀ ଦେଶଙ୍କ ଠାରୁ ମଧ୍ୟ ପାକିସ୍ତାନ ଆର୍ଥିକ ସହାୟତା ପ୍ରାପ୍ତ କରିବାରେ ଅସୁବିଧାର  ସମ୍ମୁଖୀନ ହେବ।

{"id":349695,"sizeSlug":"large"}

୨୦୧୮ରୁ ଗ୍ରେଲିଷ୍ଟରେ ରହିଲାଣି ପାକିସ୍ତାନ
ଏଫଏଟିଏଫ ଜୁନ ୨୦୧୮ରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇଥିଲେ। ଫେବୃଆରୀ ୨୦୧୯ରେ ହୋଇଥିବା ପ୍ରଥମ ରିଭ୍ୟୁ ବୈଠକରେ ପାକିସ୍ତାନର କାର୍ଯ୍ୟଧାରାରେ କୌଣସି  ପରିବର୍ତ୍ତନ ଦେଖାଯାଇନଥିଲା। ପାକିସ୍ତାନକୁ ଯେଉଁପରି କାର୍ଯ୍ୟ କରିବାକୁ ଏଫଏଟିଏଫ ମାର୍ଗଦର୍ଶନ ଦେଇଥିଲେ ସେହି ଅନୁସାରେ କାର୍ଯ୍ୟ କରିପାରିନଥିଲା। ଅପରପକ୍ଷେ ପାକିସ୍ତାନ ମାଟିରେ ଲାଳିତପାଳିତ ହେଉଥିବା ଉଗ୍ରବାଦ ସଙ୍ଗଠନମାନେ ବିଦେଶ ସମେତ ଘରୋଇ ସ୍ତରରେ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ପାଇ ବେଶ ହୃଷ୍ଟପୃଷ୍ଟ ହେଉଥିଲେ।

{"id":349696,"sizeSlug":"large"}

ପ୍ରଥମରୁ ବ୍ଲାକ୍‌ଲିଷ୍ଟରେ ଅଛନ୍ତି ଇରାନ ଓ ଉତ୍ତର କୋରିଆ
ଏବେ ଗ୍ରେ ଲିଷ୍ଟରୁ ବାହାରିବା ପାକିସ୍ତାନ ଲାଗି ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ଏଥର ଯଦି ପାକିସ୍ତାନ ଏଫଏଟିଏଫଙ୍କ ସର୍ତ୍ତପାଳନରେ ବିଫଳ ହୁଏ ତେବେ ତାକୁ ବ୍ଲାକ୍‌ ଲିଷ୍ଟ ବା କଳାତାଲିକାଭୁକ୍ତ କରିଦିଆଯିବା ନିଶ୍ଚିତ। ଏହି ସୂଚୀରେ ଇରାନ ଓ ଉତ୍ତରକୋରିଆ ଅନେକ ପୂର୍ବରୁ ଅଛନ୍ତି। ଏଥିରେ ପାକିସ୍ତାନକୁ ମଧ୍ୟ ସେମାନଙ୍କ ଭଳି ଅବସ୍ଥା ଭୋଗିବାକୁ ପଡିବ। ଉତ୍ତରକୋରିଆ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇସାରିଥିବା ବେଳେ ଇରାନ ମଧ୍ୟ ଏକଘରକିଆ ହେବାରେ ଲାଗିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.