Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ପାକିସ୍ତାନକୁ ‘ଗ୍ରେ- ଲିଷ୍ଟ’ରେ ରଖିବାକୁ ଏଫଏଟିଏଫର ନିଷ୍ପତ୍ତି, ଜାଣନ୍ତୁ ଏବେ କ’ଣ ହେବ

22/06/2019 at 9:50 PM

ଆତଙ୍କବାଦକୁ ଆର୍ଥିକ ସହଯୋଗ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ୩୮ ସଦସୀୟ ରାଷ୍ଟ୍ରଙ୍କ ସଙ୍ଗଠନ ଏଫଏଟିଏଫ ପାକିସ୍ତାନକୁ ‘ଗ୍ରେ- ଲିଷ୍ଟ’ରେ ରଖିବାକୁ ନିଷ୍ପତ୍ତି ନେଇଛି। ଲସ୍କର-ଏ-ତୌୟବା, ଜୈସ-ଏ-ମହମ୍ମଦ ଓ ଅନ୍ୟ ଆତଙ୍କବାଦ ସଙ୍ଗଠନଙ୍କୁ ଆର୍ଥିକ ସହଯୋଗ ନିୟନ୍ତ୍ରଣ କରିବାରେ ପାକିସ୍ତାନ ସରକାରଙ୍କ ବିଫଳତା ଯୋଗୁ ଏଫଏଟିଏଫ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଦେଶରେ ୨୭ ଦଫା କାର୍ଯ୍ୟକ୍ରମ ଲାଗୁ କରିବାକୁ ସଙ୍ଗଠନ ପାକ୍ କୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଯଦି ଏହି ସମୟରେ ପାକ୍ ଆତଙ୍କବାଦ ସଙ୍ଗଠନଙ୍କ ବିରୋଧରେ କଟକଣା ଲାଗୁ କରିବାରେ ସଫଳ ହେଲେ ତେବେ ହୁଏତ ଦେଶକୁ କିଛି ଆଶ୍ୱସ୍ତି ମିଳିପାରେ ବୋଲି ଏବେ କୁହାଯାଉଛି।

ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନକୁ ନିଜ ମାଟିରେ ସୃଷ୍ଟି ହେଉଥିବା ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଫ୍ଲୋରିଡାରେ ଗତ ୧ ସପ୍ତାହର ଧରି ଚାଲିଥିବା ବୈଠକରେ ମତ ପ୍ରକାଶ ପାଇଛି। ତେବେ ଜାନୁୟାରୀ ୨୦୧୯ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଲାଗୁ କରିବାରେ ବିଫଳତା ଯୋଗୁ ତାକୁ ଅନ୍ତର୍ଜାତୀୟ ସହଯୋଗ ସମୀକ୍ଷା ଆଇସିଆରଜିଙ୍କ ଗ୍ରେ-ସୂଚୀରେ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ପରବର୍ତ୍ତି କାର୍ଯ୍ୟସୂଚୀକୁ ପାକିସ୍ତାନ ଦେଶରେ କଠୋର ଭାବେ ପାଳନ କରିବ ବୋଲି ସଦସ୍ୟ ଦେଶମାନେ ଆଶାବ୍ୟକ୍ତ କରିଛନ୍ତି। ଜାନୁୟାରୀରୁ ମେ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଯଦି ପାକ୍ ଦେଶରେ ଲାଗୁ କରିପାରିଲା ତେବେ ଏଥିରେ ସାମାନ୍ୟ କୋହଳ ହୋଇପାରେ।

ବୈଠକରେ ଆମେରିକ, ବ୍ରିଟେନ, ଫ୍ରାନ୍ସ ଓ ରାଷ୍ଟ୍ରମାନେ ଆତଙ୍କବାଦୀ ହାଫିଜ୍ ସଇଦ୍ ଓ ମାସୁଦ ଅଝହରଙ୍କ ଗତିବିଧି ନିୟନ୍ତ୍ରଣ କରିବାରେ ପାକିସ୍ତାର ବିଫଳତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ତେବେ ଲସ୍କର, ଜୈସ୍, ଜମାତ-ଉଦ-ଦବା ଓ ଫଲା-ଏ-ଇନସାନିୟତ ଫାଉଣ୍ଡେସନ ଭଳି ଆତଙ୍କବାଦ ସୃଷ୍ଟି କରୁଥିବା ସଙ୍ଗଠନର ୭ଶହରୁ ଊର୍ଦ୍ଧ୍ୱ  ସମ୍ପତ୍ତି ଜବତ କରିଥିବା କହିଛି। ତେବେ ୨୦୧୨ ମସିହାରେ ପାକ୍ ଏଫଏଟିଏଫର ଗ୍ରେ-ସୂଚୀଭୁକ୍ତ ହେବା ବେଳେ ମଧ୍ୟ ଏହି ବୟାନ ଦେଇଥିଲା। ତେବେ ଏଥର ପାକ୍ ସତର୍କ ନ ହେଲେ ଅନ୍ତର୍ଜାତୀୟ ସହଯୋଗରୁ ବଞ୍ଚିତ ହେବା ନିଶ୍ଚିତ ହୋଇଯାଇଛି।

   Related Posts