Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସଂଗରୋଧରେ ଥିଲେ ବାପ-ପୁଅ, ଚାଲିଗଲା ଜୀବନ: ଝୁରି ଝୁରି ଘରେ ପଡିଥିଲା ଦିବ୍ୟାଙ୍ଗ ମାଆ, ଉଦ୍ଧାର କଲେ ପଡୋଶୀ

2/05/2021 at 10:23 AM

ଲକ୍ଷ୍ନୌ୨/୫: କରୋନା କାଳରେ ଅନେକ ଦୁଃଖଦ ଖବର ଲୋକଙ୍କ ନଜରକୁ ଆସୁଛି। କେଉଁଠି କୋଳଶୂନ୍ୟ ହୋଇଯାଉଛି ପିଲା ତ ଆଉ କେଉଁଠି ଅକାଲରେ ଚାଲିଯାଉଛି ନୀରିହ ଜୀବନ । ମହାମାରୀ ପାଇଁ ଅସହାୟ ହୋଇପଡିଛି ଜୀବନ । ଭାଙ୍ଗିପଡିଛି ଲୋକଙ୍କ ମେରୁଦଣ୍ଡ । ଏପରିକି ଶ୍ମଶାନରେ ଶବଦାହ କରିବାକୁ ବି ମିଳୁନି ସ୍ଥାନ । ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ନଜର ଆସିଛି ହୃଦୟ ବିଦାରକ ଦୃ୍ଶ୍ୟ ।

ସ୍ଥାନୀୟ କ୍ରିଷ୍ଣା ନଗରରେ ଥିବା ଏଲଡିଏ କଲୋନୀ ସେକ୍ଟର-୧ରେ ରହୁଥିଲେ ଗୋଟିଏ ପରିବାର । ଏହି ପରିବାରର ବାପା ଓ ପୁଅ କରୋନା ସଂକ୍ରମିତ ହେବା ପରେ ସଂଗରୋଧରେ ଥିଲେ । ହେଲେ ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡାବାରେ ଲାଗିଥିଲା । ତେବେ ଏଥିରେ ଉଭୟ ୬୫ ବର୍ଷୀୟ ବାପା ଅରବିନ୍ଦ ଗୋୟଲ ଓ ୨୫ ବର୍ଷୀୟ ପୁଅ ଇଲୁ ଗୋୟଲ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏମାନଙ୍କୁ ଝୁରିବା ଛଡା ଅନ୍ୟ କୋଣସି ଉପାୟ ନଥିଲା ମାଆ ପାଖରେ ।

କାରଣ ମାଆ ଦିବ୍ୟାଙ୍ଗ ଥିବାରୁ ଚଳପ୍ରଚଳ କରିବା ଅସମ୍ଭବ ହୋଇପଡିଥିଲା । କିଛିଦିନ ଧରି ଘର ଭିତରେ ପଡିରହିଥିଲା ବାପ, ପୁଅଙ୍କ ମୃତଦେହ । ପଡୋଶୀମାନଙ୍କୁ ସନ୍ଦେହ ଜାତ ହୋଇଥିଲା । ଏପରିକି ଘର ମଧ୍ୟରୁ ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ବାହାରିଥିଲା । ପରେ କବାଟ ଭାଙ୍ଗିବାରୁ ୨ଟି ମୃତଦେହ ଉଦ୍ଧାର ହେବା ସହ ଗୁରୁତର ଅବସ୍ଥାରେ ମାଆଙ୍କୁ ଉଦ୍ଧାର କରିଥିଲେ । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଘଟଣାର ଅଧିକ ଛାନଭିନ୍ କରୁଛି ।

   Related Posts