ବାର୍‌ରେ ମସଗୁଲ୍ ପୋଲିସ୍ ବାବୁ ,ଡ୍ୟାନ୍ସରଙ୍କ ଉପରେ ଉଡ଼ାଇଲେ ଟଙ୍କା : ଭିଡିଓ ଭାଇରାଲ୍

Published By : Prameya-News7 Bureau | March 03, 2020 IST

ଫତେହପୁର ୩/୩: ସାର୍ବଜନୀନ ସ୍ଥାନରେ ଅଶ୍ଳୀଳତାକୁ ରୋକିବା ପୋଲିସର କର୍ତ୍ତବ୍ୟ ହୋଇଥାଏ କିନ୍ତୁ ଏହି ସ୍ଥାନରେ ପୋଲିସ୍ ହିଁ ଏଥିରେ ଭାଗିଦାରୀ କରୁଥିବା ନଜର ଆସିଛି। ଥାନାର ସବ୍ ଇନସପେକ୍ଟର କେବଳ ଯେ ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ତା ନୁହେଁ ବରଂ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ମହିଳାଙ୍କ ଉପରେ ଟଙ୍କା ଅଜା। ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାରେ।

ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାର ହୁସେନଗଞ୍ଜ ଥାନା ପୋଲିସର ଏକ ନୂଆ କାରନାମା ଦେଖିବାକୁ ମିଳିଛି। ଏଠାରେ ଏହି ଥାନାରେ ନିଯୁକ୍ତ ଥିବା ଏସଆଇ ସୁରେନ୍ଦ୍ର ସିଂହ ଏକ କାର୍ଯ୍ୟକ୍ରମରେ ବାର୍ ଡ୍ୟାନ୍ସରଙ୍କ ଅଶ୍ଳୀଳ ଡ୍ୟାନ୍ସରେ ଟଙ୍କା ଉଡ଼ାଉଥିବାର ଦେଖା​‌ ଯାଉଛନ୍ତି।

ଏସଆଇଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି। ଏହା ସହ ଥାନାରେ ନିଯୁକ୍ତ ଥିବା ଅନ୍ୟ ପୋଲିସ୍ କର୍ମଚାରୀମାନେ ମଧ୍ୟ ଡ୍ୟାନ୍ସର ମଜା ନେଉଥିଲେ ଏବଂ ଭିଡିଓ କରୁଥିଲେ।

ଥାନାର ସବ୍ ଇନସ୍ପେକ୍ଟର ବାର ଡ୍ୟାନ୍ସରଙ୍କ ଡ୍ୟାନ୍ସ ଦେଖି ତାଙ୍କ ପୋଷାକରେ ଟଙ୍କା ଦେଉଥିଲେ। ଠିକ୍ ସେତିକିବେଳେ କେତେକ ଲୋକ ମୋବାଇଲରେ ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ କରି ଦେଇଥିଲେ।

{"id":232084,"width":590,"height":334,"sizeSlug":"large"}

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଅତିରିକ୍ତ ଏସପି ରାଜେଶ କୁମାର ଏହି ଭିଡିଓର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବା କଥା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.