ଆଖି ବୁଜିଲେ ଫତେହପୁର ଦୁଷ୍କର୍ମ ପୀଡ଼ିତା : ଜୀଅନ୍ତା ଜଳାଇ ଦେଇଥିଲା ସମ୍ପର୍କୀୟ ଦାଦା

Published By : Prameya-News7 Bureau | December 19, 2019 IST

ଫତେହପୁର ୧୯/୧୨: କାନପୁରର ହେଲଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଫତେହପୁରର ଦୁଷ୍କର୍ମ ପୀଡ଼ିତା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିଲା। ଆଜି ସକାଳେ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତ ପୀଡ଼ିତାକୁ ଜୀଅନ୍ତା ଜାଳି ଦେଇଥିଲା। ପୀଡ଼ିତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଡାକ୍ତରଙ୍କ କହିବାନୁସାରେ ପୀଡ଼ିତାଙ୍କ ଫୁସଫୁସ୍ କାମ କରୁନଥିଲା। ତେଣୁ ତାଙ୍କୁ ମେଣ୍ଟିଲେଟରରେ କୃତ୍ରିମ ନିଃଶ୍ବାସ ଦିଆଯାଉଥିଲା। ଏହା ସହିତ ହୃତପିଣ୍ଡ ମଧ୍ୟ ଦୁର୍ବଳ ହୋଇ ଯାଇଥିଲା।

 ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ,ପରିବାର ଲୋକଙ୍କୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସରକାରୀ ଚାକିରୀ ଦିଆଯିବା ଦାବିକୁ ନେଇ କଂଗ୍ରେସ ଦଳ ହେଲଟ ହସ୍ପିଟାଲ ବାହାରେ ଧାରଣାରେ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.