ସୈନ୍ୟ ସମ୍ମାନ ସହ ହେଲା ଶହୀଦ ଜୟପାଲଙ୍କ ଅନ୍ତିମ ସଂସ୍କାର: ୫ ବର୍ଷର ପୁଅ ଦେଲା ମୁଖାଗ୍ନି

Published By : Prameya-News7 Bureau | September 21, 2021 IST

ଫତେହବାଦ ୨୧/୦୯ : ହରିୟାଣା ଫତେହବାଦ ଅନ୍ତର୍ଗତ ହଂସାଵାଲା ଗାଁର ବାସିନ୍ଦା ସେନା ଯବାନ ୨୮ ବର୍ଷୀୟ ନାୟକ ଜୟପାଲ ଗିଲ, ରବିବାର ଦିନ ଜାମ୍ମୁର କୁଲଗାଁଓର ଖନ୍ନାଵାଲ ସୋପିୟାରେ ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ବେଳେ ବିଦ୍ୟୁତ ଆଘାତରେ ଶହୀଦ ହୋଇଯାଇଛନ୍ତି। ମଙ୍ଗଳବାର ଦିନ ଗାଁର ଶ୍ମଶାନ ଘାଟରେ ସମ୍ପୂର୍ଣ ସୈନ୍ୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

{"id":515248,"sizeSlug":"full","linkDestination":"none"}

ଶହୀଦ ଜୟପାଲଙ୍କ ମୃତଦେହକୁ ତାଙ୍କ ୫ ବର୍ଷର ପୁଅ ପ୍ରୀତ ଗିଲ ମୁଖାଗ୍ନି ଦେଇଛି। ଶହୀଦ ଜୟପାଲଙ୍କ ଡ୍ୟୁଟି ଆସାମର ୯ ଜାଟରେ ଥିଲା କିନ୍ତୁ ସେ ଗତ ୧୮ ମାସ ଧରି ଜାମ୍ମୁର କୁପୱାରା ଅଞ୍ଚଳରେ ରାଷ୍ଟ୍ରିୟ ରାଇଫଲ (34RR) ରେ ସେବା କରୁଥିଲେ। ଶହୀଦଙ୍କ ମା ପତାସୋ ଦେବୀ କହିଛନ୍ତି ଯେ ତାଙ୍କ ପୁଅ ଦେଶ ପାଇଁ କାମରେ ଆସିଛି।

{"id":515255,"sizeSlug":"full","linkDestination":"none"}

ସୁବେଦାର ଚନ୍ଦ୍ରଭୀର କହିଛନ୍ତି ଯେ ଜୟପାଲ ଗିଲ ଜଣେ ସାହସୀ ଯବାନ ଥିଲେ ଏବଂ ସେ ପ୍ରତିଦିନ ବିଭିନ୍ନ ଅପରେସନରେ ସାମିଲ ହେଉଥିଲେ। ପ୍ରାୟ ପ୍ରତ୍ୟେକ ଅପରେସନରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ରବିବାର ଦିନ ଯେତେବେଳେ ସୈନ୍ୟ ବାହିନୀ ଅପରେସନ୍ ପାଇଁ ଯାଉଥିଲା ରାତି ପ୍ରାୟ ୧୧ ଟା ସମୟରେ ଏକ ଗଛରେ, 11000 KVA ର କରେଣ୍ଟ ଆସୁଥିଲା। ଜୟପାଲ ଏହା ନିକଟରେ ପହଞ୍ଚିବା ମାତ୍ରେ ବିଦ୍ୟୁତ୍ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

{"id":515250,"sizeSlug":"full","linkDestination":"none"}

ଜୟପାଲଙ୍କ ଆଚରଣ ଅତ୍ୟନ୍ତ ମଧୁର ଥିଲା ଏବଂ ସେ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ରହୁଥିଲେ। ଜୟପାଲ 34RR ରେ କାର୍ଯ୍ୟରତ ଥିଲେ। ଯେଉଁଠାରେ ତାଙ୍କର ୩୦ ମାସର ତାଲିମ ଚାଲିଥିଲା ଓ ଏଥିରେ ପ୍ରାୟ ୧୮ ମାସ ବିତିଯାଇଥିଲା। ସେ ତାଙ୍କ ପରିବାରର ପ୍ରଥମ ପୁଅ ଯିଏ ସେନାରେ ଯୋଗ ଦେଇଥିଲେ। ୨୦୦୯ ଜୁନ ୬ ତାରିଖରେ ସେ ଯବାନ ଭାବେ ସେନାରେ ଯୋଗ ଦେଇ ଦେଶ ସେବା କରିବା ଆରମ୍ଭ କରିଥିଲେ। ସେ ବରେଲିରେ ତାଲିମ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.