Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଚୀନ୍ ମଡେଲ ଆପଣାଇ ଦେଶରେ ପରିବର୍ତ୍ତନ କରାଯାଇପାରନ୍ତା ଚାଷୀଙ୍କ ଭାଗ୍ୟ, ସବସିଡି ଓ ଉନ୍ନତ ଜ୍ଞାନ କୌଶଳ ବଦଳାଇବ ଚିତ୍ର

3/01/2021 at 10:37 PM

ନୂଆଦିଲ୍ଲୀ ୩।୧: ଆମେରିକା ପରେ ଭାରତର ସର୍ବାଧିକ କୃଷି ଯୋଗ୍ୟ ଜମି ରହିଛି। ଚୀନ୍‌ ଚାଷ ଜମି କମ୍‌, ହେଲେବି କୃଷି ଉତ୍ପାଦନରେ ଭାରତଠୁ ଅନେକ ଆଗରେ ରହିଛି। ସେହି ଅନୁସାରେ ଚୀନ୍‌ର କୃଷକ ଭାରତୀୟ ଚାଷୀଙ୍କ ଠାରୁ ବେଶ୍ ସମୃଦ୍ଧ।  ଭାରତ ଏବେ ଉଭୟ  ସଂଶୋଧିତ କୃଷି ଆଇନକୁ ନେଇ ଚାଷୀ ଓ ସୀମାକୁ ନେଇ ଚୀନ ପକ୍ଷରୁ ପୀଡ଼ିତ। ଏଥିରେ ଦେଶର କୃଷି ବିଶେଷଜ୍ଞମାନେ ଚୀନ୍‌ ମଡେଲ ଆପଣାଇ ଭାରତ ଦେଶର ଅର୍ଥନୀତି ସାଙ୍ଗକୁ ଚାଷୀଙ୍କ ଭାଗ୍ୟ ପରିବର୍ତ୍ତନ କରିପାରନ୍ତା ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କୃଷି ଯୋଗ୍ୟ ଭୂମି ଦୃଷ୍ଟିରୁ ଭାରତ ବେଶ ଉତ୍ତମ ସ୍ଥିତିରେ ଅଛି। ଆମେରିକାର ୧୭.୪୪ କୋଟି ହେକ୍ଟର ଚାଷ ଜମି ଥିବା ବେଳେ ଭାରତର ୧୫.୯୭ କୋଟି ହେକ୍ଟର ଚାଷ ଜମି ରହିଛି। ସେହି ଅନୁସାରେ ଚୀନ୍‌ ଅତ୍ୟନ୍ତ ନଗଣ୍ୟ ଯାହାର ଜନ ସଂଖ୍ୟା ତୁଳନାରେ ଚାଷପୋଯୋଗୀ ଜମି ମାତ୍ର ୧୦.୩ କୋଟି ହେକ୍ଟର।  ହେଲେବି କୃଷି ଉତ୍ପାଦନରେ ଚୀନ୍‌ ଆମେରିକା ସମକକ୍ଷ ହୋଇପାରିଛି ବୋଲି କିଷାନ ଶକ୍ତି ସଂଘର ସଭାପତି ପୁଷ୍ପେନ୍ଦ୍ର ସିଂହ କହିଛନ୍ତି।

ଆମେରିକା ଓ ଚୀନ୍‌ ସେମାନଙ୍କ ଚାଷୀଙ୍କୁ ବହୁତ ସବସିଡି ପ୍ରଦାନ କରୁଛନ୍ତି। ଆମେରିକା ତାର ପ୍ରତି ଚାଷୀଙ୍କୁ ୪୨ ଲକ୍ଷ ଟଙ୍କା କୃଷି ସବସିଡି ଦେଉଥିବା ବେଳେ ଚୀନ୍‌ ପ୍ରତିବର୍ଷ କୃଷି ସବସିଡି ବାବଦେ ୧୭ ଲକ୍ଷ କୋଟି ଟଙ୍କା ବ୍ୟୟ କରୁଛି। ଫଳରେ ସମ୍ପୃକ୍ତ ଦେଶର ଚାଷୀଙ୍କ ଆର୍ଥିକ ଉନ୍ନତି ହୋଇପାରିଥିବା ବେଳେ କୃଷିକ୍ଷେତ୍ରରେ ନୂଆନୂଆ ପ୍ରଯୁକ୍ତି ଉପଯୋଗ କରି ଦେଶଲାଗି କୃଷି ନିର୍ଭରଶୀଳତା ଆଣିପାରିଥିବା କୃଷକନେତା କହିଛନ୍ତି। ଏଣୁ ନିଜକୁ ଆମେରିକା ଓ ବିଶ୍ୱର ବିକଶିତ ଦେଶଙ୍କ ସହ ତୁଳନା କରୁଥିବା ଭାରତ କୃଷି କ୍ଷେତ୍ରରେ ସେପରି ବିପ୍ଲବ ଆଣିବା ଦରକାର ବୋଲି ସିଂହ କହିଛନ୍ତି। ଯାହା ଦ୍ୱାରା ଦେଶରେ ଚାଷୀଙ୍କ ଭାଗ୍ୟ ସୁଧୁରିବା ସହ ଭାରତୀୟ କୃଷି ଉତ୍ପାଦ ବୈଶ୍ୱିକ ମଣ୍ଡିରେ ନିଜ ସ୍ଥିତି କାୟମ କରିପାରିବ।

ଭାରତ ସରକାର କୃଷି ବିକାଶ କହିଲେ କେବଳ ଜଳସେଚନକୁ ବୁଝୁଛନ୍ତି।  ଏଣୁ ସରକାର ବିପୁଳ ଅର୍ଥ ବ୍ୟୟ କରି ଦୀର୍ଘ ବର୍ଷରେ ୪୮ ପ୍ରତିଶତ ଜଳସେଚନ କରଛନ୍ତି। ଚୀନ୍‌ରେ ଚାଷୀ ନିଜେ ଜଳସେଚନ ବ୍ୟବସ୍ଥା କରି ଦେଶର କୃଷି ଜଳସେଚନକୁ ୪୧ ପ୍ରତିଶତରେ ପହଞ୍ଚାଇଛନ୍ତି। ଦେଶର ଜଳସେଚନ ହାର କମ୍‌ କିନ୍ତୁ ଚୀନା ଚାଷୀ ଭାରତୀୟଙ୍କଠାରୁ ଅଧିକ ଅମଳ ପାଉଛନ୍ତି। କୃଷିରେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ ଦେଶରେ ଚାଷୀଙ୍କୁ ଉତ୍ପାଦନରେ ଆତ୍ମନିର୍ଭର କରିଛି। ହେଲେ ଭାରତ ଆଜି ମଧ୍ୟ ଆତ୍ମ ନିର୍ଭର ହୋଇପାରି ନଥିବା ବେଳେ ଅଭାବ ବେଳେ ଆଳୁ, ପିଆଜ, ଖାଦ୍ୟଶସ୍ୟ ଓ ତୈଳ ଲାଗି ଅନ୍ୟ ଦେଶରୁ ଆମଦାନୀ କରୁଛି।

କୃଷିରେ ଉନ୍ନତ  ଜ୍ଞାନ କୌଶଳ ଲାଗି ଚୀନ୍‌ ପ୍ରତି ହେକ୍ଟର ୨୦୧୧ ମସିହାରେ ୬ ହଜାର ୬୮୬ କିଲୋଗ୍ରାମ ଧାନ ଅମଳ କରିଥିଲା। ସେହି ବର୍ଷ ଭାରତରେ ଧାନର ଅମଳ ହାର ପ୍ରତି ହେକ୍ଟର ୩ ହଜାର ୫୯୦ କେଜି ଥିଲା। ଏମିତିରେ ଦେଖିବାକୁ ଗଲେ ପଡୋଶୀ ବାଂଲାଦେଶ ଓ ମ୍ୟାଁମାର ମଧ୍ୟ ଭାରତଠୁ ଅଧିକ ଉତ୍ପାଦନ କରୁଛନ୍ତି। ବାଂଲାଦେଶ ପ୍ରତି ହେକ୍ଟର ୪ ହଜାର ୨୧୯ କେଜି ଧାନ ଉତ୍ପାଦନ କରୁଥିବା ବେଳେ ମ୍ୟାଁମାର ୪ ହଜାର ୮୧ କେଜି ଉତ୍ପାଦନ କରୁଛି।

ଏଥିରୁ ଭାରତରେ କୃଷିପ୍ରତି ଲୋକଙ୍କ ଆଗ୍ରହ କାହିଁକି ହ୍ରାସ ହେଉଛି ଓ ଚାଷ କରୁଥିବା ଲୋକେ କାହିଁକି ଗରିବ ତାହା ସ୍ପଷ୍ଟ ବୁଝି ହେଉଛି। ଯଦି ଦେଶରେ ପ୍ରତି ହେକ୍ଟର ଉତ୍ପାଦନ ବୈଶ୍ୱିକ ସ୍ତରର ହୋଇପାରନ୍ତା ତେବେ ଚାଷୀଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଯେଉଁଥିପାଇଁ ୨୦୨୦-୨୧ରେ ଭାରତ ୨୯.୮୩ କୋଟି ଟନ ଖାଦ୍ୟଶସ୍ୟ ଅମଳ ଲକ୍ଷ ରଖିଥିବା ବେଳେ କମ୍‌ କୃଷିଭୂମି ଥାଇ ମଧ୍ୟ ଚୀନ୍‌ ୩୪.୭୯ କୋଟି ଟନ୍‌ ଲକ୍ଷ ଧାର୍ଯ୍ୟ କରିଛି ।

ତେବେ ଭାରତରେ ଚାଷୀଙ୍କ ଏପରି ଅବସ୍ଥା ଲାଗି କେବଳ ସରକାର ନୁହନ୍ତି ନୀତି ନିର୍ଦ୍ଧାରକ ମଧ୍ୟ ଦାୟି ବୋଲି ବିଶେଷଜ୍ଞ କହିଛନ୍ତି। ଦେଶରେ ପ୍ରଚୁର କମଳା ଉତ୍ପାଦନ ହେଉଛି। ଯାହାକୁ ଚାଷୀ ରାସ୍ତାଘାଟରେ ଥୋଇ ପାହୁଲେ ଅଧୁଲେ ଦରରେ ବିକ୍ରି କରୁଛନ୍ତି। ପ୍ରଚୁର ଉତ୍ପାଦନ ଥାଇ ମଧ୍ୟ ଭାରତ ବିଦେଶରୁ କମଳା ରସ ଆମଦାନୀ କରୁଛି।  ଦୀର୍ଘ ବର୍ଷରେ ଦେଶରେ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ପ୍ରକ୍ରିୟାକରଣ ଲାଗି ମଧ୍ୟ ବ୍ୟବସ୍ଥା କରିପାରୁ ନାହାନ୍ତି ସରକାର। କେବଳ ଏତିକି ନୁହେଁ ଦେଶରେ ବିପୁଳ ତୈଳବିଜ ଉତ୍ପାଦିତ ହେଉଛି। ହେଲେବି ନୀତି ନିର୍ଦ୍ଧାରକ ବିଦେଶରୁ ୭୦ ପ୍ରତିଶତ ଖାଦ୍ୟ ତୈଳ ଆମଦାନୀ କରିବା ଦେଶରେ ତୈଳବିଜ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ନଷ୍ଟ ଦେଇଛି।

   Related Posts