ଆସନ୍ତାକାଲି ଏଏସ୍‌ଓ ପରୀକ୍ଷା ; ଆଶଙ୍କାରେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ, ମିଳୁନାହିଁ ସହାୟକ ସୁବିଧା

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ଆସନ୍ତାକାଲି ଓଡିଶା ପବ୍ଲିକ ସର୍ଭିସ କମିଶନ ଓପିଏସସି ଦ୍ବାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଅନୁଷ୍ଠିତ ହେଉଛି । ସକାଳ ୯ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ରେ ଶେଷ ହେବ । ତେବେ ଏଏସଓ ପରୀକ୍ଷାକୁ ବହୁ ବିବାଦ ଦେଖିବାକୁ ମିଳୁଛି । ଏବେ ଆଶଙ୍କାରେ ରହିଛନ୍ତି ଏଏସଓ ପରୀକ୍ଷା ଦେବାକୁ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ।  ଆସନ୍ତାକାଲି ପରୀକ୍ଷା କିନ୍ତୁ ଏଥର ପରୀକ୍ଷାର୍ଥୀଙ୍କୁ ସହାୟକ ସୁବିଧା ଦିଆଯିବ ନାହିଁ ବୋଲି ଜଣାପଡ଼ିଛି । ଏଥର ଲେଖିବାକୁ ଅସମର୍ଥ ଥିବା ଛାତ୍ରଛାତ୍ରୀଙ୍କୁ ଲେଖିବାରେ ସହାୟକ କରିବା ପାଇଁ  ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା ହଲରେ ପ୍ରବେଶ କରାଯିବ ନାହିଁ ବୋଲି ଓପିଏସସି ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଓଡ଼ିଶା ଆଡମିନଷ୍ଟ୍ରେଟର ଟ୍ରିବ୍ୟୁନାଲ ନିକଟରେ  ହୋଇଥିବା ମାମଲାର ଶୁଣାଣି କରି ଦିବ୍ୟାଙ୍ଗ ମାନଙ୍କ ସପକ୍ଷରେ  ସେ ରାୟ ଦେଇଛନ୍ତି। ସେପଟେ ପରୀକ୍ଷାକୁ ମାତ୍ର ଦିନଟିଏ ବାକି ଥିବାବେଳେ  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଓପିଏସସିର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଛି ।

{"id":75690}

ସେହିଭଳି ପୂର୍ବରୁ ମଧ୍ୟ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । ଡିସେମ୍ବର ମାସ ୨୩ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ମାତ୍ର ତାହାକୁ ଘୁଞ୍ଚାଇ ଜାନୁଆରୀ ୨୦ତାରିଖରେ ହେବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା ପାଇଁ ବହୁ ଆବେଦନ ଆସିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଜାନୁଆରୀ ୨୦ ତାରିଖରେ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ । ଡିସେମ୍ବର ୨୩ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବାରୁ ଏହାର ପ୍ରତିବାଦ କରିଥିଲେ ପରୀକ୍ଷାର୍ଥୀ । ବାରମ୍ବାର ଓପିଏସସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ମାତ୍ର ହାଇକୋର୍ଟ ଏନେଇ ନିଷ୍ପତ୍ତି ଦେଇଥିଲେ ଯେ ଯାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ।

ତେବେ ଛଅ ବର୍ଷ ପରେ ବାହାରିଥିବା ଏଏସଓ ପରୀକ୍ଷା ଚଳିତଥର ନଦେଲେ ବୟସ ଅତିକ୍ରମ କରିଯାଉଥିବା ଶତାଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନ୍ଧାର ହୋଇଯିବ ବୋଲି ପରୀକ୍ଷାର୍ଥୀ କହିଥିଲେ । ସେହି ଗୋଟିଏ ତାରିଖରେ ଅନ୍ୟାନ୍ୟ ପରୀକ୍ଷା ଥିବାରୁ ଜାନୁୟାରୀ ୨୦ ତାରିଖରେ ଏଏସଓ ପରୀକ୍ଷା ନ କରିବାକୁ ପରୀକ୍ଷାର୍ଥୀମାନେ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.