Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ମହାକାଶରେ ବିରାଟ ଛାୟାପଥ, ପ୍ରତିଦିନ ସୂର୍ଯ୍ୟ ଭଳି ନକ୍ଷତ୍ରକୁ ଗିଳି ଚାଲିଛି, କିନ୍ତୁ ସୌଭାଗ୍ୟ ଯେ ପୃଥିବୀଠୁ ଏହାର ଦୂରତ୍ଵ କେତେ ଶହ କୋଟି ଆଲୋକ ବର୍ଷ

3/07/2020 at 7:00 PM

ନୂଆଦିଲ୍ଲୀ ୯୩।୦୭: ଜ୍ୟୋର୍ତିବିଦଙ୍କ ଏକ ଅନ୍ତରାଷ୍ଟ୍ରୀୟ ଟିମ୍‌ ଏମିତି ଏକ ବ୍ଲାକହୋଲ୍ ବା ଛାୟାପଥ ଗବେଷଣା କରିଛନ୍ତି ଯାହା ଆଶ୍ଚର୍ଯ୍ୟଜନକ ଭାବେ ବଢିବାରେ ଲାଗିଛି। ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭର୍ସିଟିର କ୍ରିଷ୍ଟୋଫର ଅନକେନ କହିଛନ୍ତି ଯେ, ବ୍ଲାକହୋଲ୍‌ର ଘନତ୍ଵ ମିଲ୍‌କଓ୍ଵେ କେନ୍ଦ୍ରରେ ବ୍ଲାକହୋଲ୍‌ଠୁ ପ୍ରାୟ ୮୦୦୦ ଗୁଣ ବଡ।

ଏହାକୁ ଆହୁରି ଲୋକାଲାଇଜ୍ କରିବା ପାଇଁ, ଏହାର ନାମ J୨୧୫୭ ଦିଆଯାଇଛି। ଏହାର ଆକାର ବା ଘନତ୍ଵ ୩୪ ବିଲିୟନ ଗୁଣ ଅଟେ ଏବଂ ଏହା ପ୍ରତିଦିନ ଗୋଟିଏ ସୂର୍ଯ୍ୟର ଆକାର ନକ୍ଷତ୍ର ଗ୍ରାସ କରିବାରେ ଲାଗିଛି।। ଅନ୍‌କେନ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମିଲ୍କି ୱେର ବ୍ଲାକହୋଲ୍ ନିଜର ମୋଟେଇ ଏମିତି ବଢାଇ ଚାଲିବ, ତେବେ ଆମ ଛାୟାପଥର ସମସ୍ତ ତାରାଙ୍କ ଦୁଇ ତୃତୀୟାଂଶ ଗ୍ରାସ କରିବାକୁ ପଡିବ।

ଅନକେନ୍‌ ଏବଂ ତାଙ୍କ ଦଳ ୨୦୧୮ରେ ଅହେତୁକ ଏବଂ ଆଶ୍ଚର୍ଯ୍ୟଜନକ ଭାବେ  ବଢୁଥିବା ବ୍ଲାକ୍‌ ହୋଲ୍‌ର ଆବିଷ୍କାର କରିଥିଲେ। ୟୁରୋପୀୟ ସାଉଥ୍ ଅବଜରଭେଟୋରୀ (ESO)ର ଦଳର ସଦସ୍ୟ ଫୁୟାନ୍ ବିୟାନ୍ କହିଛନ୍ତି ଯେ, ବ୍ଲାକ୍‌ହୋଲ୍ କେତେ ଗିଳି ପାରିବ, ଏହା ଉପରେ ନିର୍ଭର କରେ ଯେ, ତା ପାଖରେ ପୂର୍ବରୁ କେତେ ଘନତ୍ଵ ରହିଛି।

ବ୍ଲାକହୋଲ୍‌ର ଘନତ୍ଵର ସଠିକ୍‌ ତଥ୍ୟ ଜାଣିବା ପାଇଁ ଟିମ୍‌ ଚିଲିରେ ଇଏସଓର ଭେରି ଲାର୍ଜ ଟେଲିସ୍କୋପ୍‌ର ବ୍ୟବହାର କରିଥିଲେ। ଏହାର ଫଳାଫଳ ଏଷ୍ଟ୍ରୋନୋମିକଲ ସୋସାଇଟିର ମାସିକ ନୋଟିସ୍‌ରେ ଦର୍ଶାଯାଇଛି।

ସବୁଠୁ ବଡ କଥା ଏହି ବ୍ଲାକହୋଲ୍‌ ପୃଥିବୀଠୁ ଶହ ଶହ କୋଟି ଆଲୋକ ବର୍ଷ ଦୂରରେ ରହିଛି। ଏହାର ଅର୍ଥ ଗବେଷକମାନେ ଯେବେ ବ୍ରହ୍ମାଣ୍ଡ ଛୋଟ ଥିଲା ସେବେଠୁ ଏହି ବ୍ଲାକହୋଲ୍‌କୁ ଦେଖି ଆସିଛନ୍ତି। ବ୍ରହ୍ମାଣ୍ଡର ଇତିହାସର ପ୍ରାରମ୍ଭିକ ସମୟରୁ ଏମିତି ଏକ ବ୍ଲାକହୋଲ୍‌ ବଡ ଆକାର ଧାରଣ କରିପାରେ ଏହା ଗବେଷକଙ୍କ ପାଇଁ ଗୁଢ ରହସ୍ୟ ହୋଇ ରହିଛି।

   Related Posts