ଡିସେମ୍ବର ପହିଲାରୁ ଟୋଲ୍ ଗେଟ୍‌ରେ ବାଧ୍ୟତାମୂଳକ ହେବ ଫାସ୍‌ଟ୍ୟାଗ୍ , ଜାଣନ୍ତୁ କ’ଣ ଏହି ଫାସ୍‌ଟ୍ୟାଗ୍

Published By : Prameya-News7 Bureau | November 29, 2019 IST

ଭଦ୍ରକ ।୧୧: ଡିସେମ୍ବରରେ ପହିଲାରୁ ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ରେ ଅଟୋମାଟିକ୍ ପେମେଣ୍ଟ ପାଇଁ ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରିଛି ଏନଏଚଏଆଇ । ଏହି ଟ୍ୟାଗ୍ ଦ୍ବାରା ଗାଡିକୁ ଆଉ ଟୋଲ୍ ଗେଟରେ ଠିଆ ହେବାକୁ ପଡିବନି । ଏବେ ଟୋଲ୍ ଗେଟରେ ନଗଦ ଟଙ୍କା ନିଆଯିବନି । ଫାଷ୍ଟ ଟ୍ୟାଗ୍ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟୋଲ୍ ଗେଟ୍ ପାଇଁ ଟଙ୍କା କଟିବ । ଫାସ୍ ଟ୍ୟାଗ୍ ସ୍କାନ ହେବା ପରେ ଗାଡି ଚାଳକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ । ଟୋଲ୍ ଫି ଚୋରି ରୋକିବାକୁ ଏହି ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରାଯାଇଛି ।

{"id":162234,"sizeSlug":"large"}

ଫାସ ଟ୍ୟାଗ୍ ପାଇବା ନେଇ ମଧ୍ୟ ଗାଡି ଚାଳକଙ୍କ ଚିନ୍ତା ବଢି ଯାଇଛି । ଟୋଲ୍ ପ୍ଲାଜାଠାରେ ଥିବା ଏନଏଚଏଆଇର ବିଭିନ୍ନ କେନ୍ଦ୍ର ସହ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ, ବ୍ୟାଙ୍କ୍ ଅଫ୍ ବରୋଦା, ଏକ୍ସିସ, ସିଟି ୟୁନିୟନ୍ ବ୍ୟାଙ୍କ୍ ଶାଖା ବା ଅନଲାଇନ୍ ସର୍ଭିସରୁ ଏହି ଫାସ ଟ୍ୟାଗ୍ ସଂଗ୍ରହ କରିହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.