Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

Fastag ଟୋଲ କଲେକ୍ସନରେ ରେକର୍ଡ, ଦୈନିକ ଜମା ହେଉଛି ୧୦୪ କୋଟି ଟଙ୍କା ଶୁଳ୍କ

27/02/2021 at 10:42 PM

ନୂଆଦିଲ୍ଲୀ ୨୭।୨: ସାରା ଦେଶରେ ୧୫ ଫେବୃଆରୀରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି। ଏଥିରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବାହନଙ୍କ ଶୁଳ୍କ ଆପେ ଆପେ ଆକାଉଣ୍ଟରୁ କଟି ଜମା ହେଉଛି। ଏହି ବାବଦେ ସାରା ଦେଶରେ ଦୈନିକ ୧୦୪କୋଟି ଟଙ୍କା ଟୋଲ ଶୁଳ୍କ ଜମା ହେଉଥିବା ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ସୂଚିତ କରିଛନ୍ତି।

ଦେଶରେ ଫାସଟ୍ୟାଗ୍ ଜରିଆରେ ଟୋଲ ଶୁଳ୍କ ଆଦାୟ ପରଠାରୁ ଦିନ ପ୍ରତିଦିନ ଶୁଳ୍କ ଅସୁଲ ହାର ବଢିବଢି ଚାଲିଛି। ଗତ ଏକ ସପ୍ତାହର ରିପୋର୍ଟ ଆଧାରରେ ଦୈନିକ ୧ଶହ କୋଟି ଟଙ୍କାରୁ ଅଧିକ ଶୁଳ୍କ ଆଦାୟ ହେଉଥିବା ପ୍ରାଧିକରଣ କହିଛନ୍ତି। ଏନଏଚଏଆଇଙ୍କ ଅନୁସାରେ ଜାତୀୟ ରାଜମାର୍ଗ ବ୍ୟବହାରକାରୀ ମଧ୍ୟ ବେଶ ସମର୍ଥନ କରୁଥିବା ଦେଖାଯାଇଛି।

ଗତ ୨ ସପ୍ତାହରେ ଅଧିକ ୨୦ଲକ୍ଷ ଗ୍ରାହକ ଫାସଟ୍ୟାଗ୍‌ ସହ ସଂଯୁକ୍ତ ହୋଇଛନ୍ତି। ଫଳରେ ମୋଟ ଫାଷ୍ଟଟାଗ୍‌ ବାହନ ସଂଖ୍ୟା ୨.୮କୋଟିରେ ପହଞ୍ଚିଛି। ଅନ୍ୟପକ୍ଷରେ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବାରୁ ଟୋଲପ୍ଲାଜାରେ ୱେଟିଂ ସମୟ ମଧ୍ୟ ହ୍ରାସ ହୋଇଥିବା ଏନଏଚଏଆଇ ସୂଚିତ କରିଛନ୍ତି।

   Related Posts