Fastag କୁ ନେଇ ମିଳିଲା ଆଶ୍ୱସ୍ତି, ସରକାର ଆଉ ଦେଢମାସ ବଢାଇଲେ ଡେଡଲାଇନ୍

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧।୧୨: ଯଦି ଏପର୍ଯ୍ୟନ୍ତ ଆପଣଙ୍କ ଚାରିଚକିଆ ବାହନରେ ‘ଫାଷ୍ଟଟ୍ୟାଗ୍‌’ ଲଗାଇ ନାହାନ୍ତି, ତେବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଏହି ଚିପ୍‌ ଶୁଳ୍କବ୍ୟବସ୍ଥା ୧ ଜାନୁୟାରୀ ନୁହେଁ ୧୫ ଫେବୃଆରୀରୁ ଦେଶରେ କଡାକଡି ହେବ। ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ଏ ନେଇ ସୂଚନା ଜାରି କରିଛନ୍ତି।

ଏନଏଚଏଆଇଙ୍କ ସୂଚନା ଅନୁସାରେ ଟୋଲ ଟ୍ରାଞ୍ଜାକ୍ସନରେ ଏବେ ଫାଷ୍ଟ ଟ୍ୟାଗ ଭାଗିଦାରୀ ୭୫ରୁ ୮୦ ପ୍ରତିଶତକୁ ପହଞ୍ଚିଲାଣି। ସରକାର ଏହାକୁ ଏବେ ୧୦୦ ପ୍ରତିଶତରେ ପହଞ୍ଚାଇବାକୁ ଚାହାନ୍ତି। ଏଣୁ ପ୍ରତ୍ୟେକ ବାହନରେ ଫାଷ୍ଟଟ୍ୟାଗ୍‌ ଜରୁରି କରାଯାଇଛି। ଲୋକେ ମଧ୍ୟ ଟୋଲ ପ୍ଲାଜାରେ ଲମ୍ବାଧାଡିରେ ଦୀର୍ଘ ସମୟ ଅପେକ୍ଷା କରିବା ବଦଳେ ଫଷ୍ଟଟ୍ୟାଗ୍‌ରେ ଦ୍ରୁତ ପାର କରିବାକୁ ଚାହାନ୍ତି।

ଦେଶରେ ୧ ଡିସେମ୍ବର ୨୦୧୭ରୁ ନୂଆ ବାହନ କ୍ରୟ ବେଳେ ଫାଷ୍ଟଟ୍ୟାଗ୍‌ ଅନିବାର୍ଯ୍ୟ କରିଦିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ମୋଟର ବାହନ ଆଇନ ୧୯୮୯ରେ ସଂଶୋଧନ କରିଥିଲେ। ଦେଶରେ ନ୍ୟାସନାଲ ପରମିଟ ଥିବା ବାହନଙ୍କ ଲାଗି ୧ ଅକ୍ଟୋବର ୨୦୧୯ରୁ ଫାଷ୍ଟଟ୍ୟାଗ ଅନିବାର୍ଯ୍ୟ କରାଯାଇଛି। ଏବେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଲାଗି ମଧ୍ୟ ଏହାକୁ ଜରୁରି କରାଯାଇଛି। ଯାହା ଦେଶରେ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.